ଅନ୍ତର୍ଜାତୀୟଜାତୀୟ
ଶ୍ରୀଲଙ୍କା ସଙ୍କଟ: ଭୋକ ଦାଉରୁ ବଞ୍ଚାଇବାକୁ ଭାରତ ପଠାଇଲା ୪୦ ହଜାର ଟନ୍ ଚାଉଳ, ଡିଜେଲ ପଠାଇପାରେ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି ଶ୍ରୀଲଙ୍କା । ଖାଦ୍ୟର ଘୋର ଅଭାବ ଦେଶରେ ହାହାକାର ସୃଷ୍ଟି କରିଛି । ଗୋଟିଏ ପଟେ ଆର୍ଥିକ ସଙ୍କଟକୁ ନେଇ ବିବାଦ ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ଜରୁରୀକାଳୀନ ସ୍ଥିତି । ଚାଉଳ କିଲୋ ୫୦୦ ପହଞ୍ଚିଥିବାବେଳେ ଚିନି କିଲୋ ୩୦୦ରେ ପହଞ୍ଚିଛି । ଗାଡ଼ିରେ ଇନ୍ଧନ ପକାଇବା ପାଇଁ ଲୋକଙ୍କୁ ଟାଙ୍କି ନିକଟରେ ସାରା ଦିନ ଅପେକ୍ଷା କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ଭାରତ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛି । ଭାରତୀୟ ଟ୍ରେଡର୍ସ ୪୦ ହଜାର ଟନ୍ ଚାଉଳ ଲୋଡ୍ କରିବାରେ ଲାଗି ପଡ଼ିଛନ୍ତି ।







