Featuredଓଡ଼ିଶାଜାତୀୟ

‘ମନ୍‌ କୀ ବାତ୍‌’ରେ କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ଆବର୍ଜନାରୁ ସମ୍ପଦ’ ହେଉଛି ‘ସ୍ବଚ୍ଛ ଭାରତ ଅଭିଯାନ’ର ଗୋଟାଏ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ବୋଲି ଆଜି ‘ମନ୍‌ କୀ ବାତ୍‌’ର ୯୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବୟଂ ସହାୟକ ‌ସଙ୍ଗଠନ ଚଳାଉଥିବା ଭଉଣୀ କମଳା ମହାରଣାଙ୍କ କଥା ଉଲ୍ଲେଖ କରି କହି‌ଲେ, ଏହି ସଙ୍ଗଠନର ମହିଳାମାନେ ‘କ୍ଷୀର ପାଉଚ୍‌’ ଏବଂ ଅନ୍ୟାନ୍ୟ ‘ପ୍ଲାଷ୍ଟିକ୍‌ ପ୍ୟାକେଜିଙ୍ଗ୍‌’ ସାମଗ୍ରୀରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍‌ ଷ୍ଟାଣ୍ଡ୍‌ ଭଳି ଅନେକ ଜିନିଷ ତିଆରି କରୁଛନ୍ତି। ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରିଛି। ଆମେ ଯଦି ଶପଥ କରିବା, ପରିଚ୍ଛନ୍ନ ଭାରତ ପାଇଁ ଆମେ ବଡ଼ ଅବଦାନ ଦେଇପାରିବା। ପ୍ଲାଷ୍ଟିକ୍‌ ବ୍ୟାଗ୍‌ ସ୍ଥାନରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଆପଣଙ୍କ ମନର କ୍ଷମତା ଜାଣନ୍ତି। ସେହିଭଳି, ସମାଜର କ୍ଷମତା ସହିତ କେମିତି ଦେଶର କ୍ଷମତା ବୃଦ୍ଧି ପାଏ ‘ମନ୍‌ କୀ ବାତ୍‌’ର ବିଭିନ୍ନ ସଂସ୍କରଣରେ ଆମେ ଦେଖିଛନ୍ତି, ବୁଝିଛନ୍ତି ଓ ହୃଦୟଙ୍ଗମ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com