କ୍ରୀଡ଼ା

ବିଶ୍ୱକପ ଜିତିଲା ଅଷ୍ଟ୍ରେଲିଆ : ଇଂଲଣ୍ଡକୁ ୭୧ ରନରେ ହରାଇଲା ମହିଳା ଟିମ୍

ନୂଆଦିଲ୍ଲୀ : ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ । ମହିଳା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଦଳ ଇଂଲଣ୍ଡକୁ ୭୧ ରନରେ ପରାସ୍ତ କରି ମ୍ୟାଚ୍ ଜିତିବା ସହ ଇତିହାସ ରଚିଛି ।
ରବିବାର ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତିଥିଲା ଇଂଲଣ୍ଡ । ଦଳ କିନ୍ତୁ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଯାହା ବୁମେରାଂ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦମଦାର ବ୍ୟାଟିଂ କରିଥିଲା । ଆୟେଶା ହେଲୀଙ୍କ ୧୭୦ରନ୍ ବଳରେ ଦଳ ୫ ଓ୍ୱିକେଟ୍ ହରାଇ ୩୫୬ ରନର ବିଶାଳ ସ୍କୋର କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଚେଲ ହାଏନସ ୬୮ ଓ ବେଥ୍ ମୁଲୀ ୬୨ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅନ୍ୟା ଶ୍ରୁବସୁଲେ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସୋଫି ଏକିଲଷ୍ଟୋନ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।
୩୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କେବଳ ନାଟ୍ ସିଭର ଏକାକି ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନା କରିଥିଲେ । ସେ ଶତକ ପୂରଣ କରିଥିଲେ ।  ଅନ୍ୟ କୌଣସି ବ୍ୟାଟର ତାଙ୍କୁ ସହଯୋଗ କରିନଥିଲେ । ଫଳରେ ଦଳ ୪୩.୪ ଓଭରରେ ୨୮୫ ରନରେ ଅଲଆଉଟ୍ ହୋଇଯାଇଥିଲେ । ନାଟ୍ ୧୪୮ ରନ୍ କରି ଅପରାଜେୟ ରହିଥିଲେ ।ଅନ୍ୟାମନଙ୍କ ମଧ୍ୟରେ ତମସିନ୍ ବିୟୁମୋଣ୍ଟ୍ ୨୭, ହେଦର ନାଇଟ୍ ୨୬ ଓ ସୋଫିଆ ଡଙ୍କଲୀ ୨୩ ରନ୍ କରିଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ଆଲାନ କିଙ୍ଗ ଓ ଜେସ୍ ଜୋନାସେନ୍ ୩ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ମେଗାନ ସ୍କଟ୍ ଦୁଇଟିଓ୍ୱିକେଟ୍ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com