ଓଡ଼ିଶା

ସାମ୍ପ୍ରଦାୟିକ ହିଂସା କରି ଗିରଫ ହେଲେ ୩୩ ଅଭିଯୁକ୍ତ : ଭିଡିଓରୁ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ପୋଲିସ

ଜୟପୁର: କରୌଲି ସାମ୍ପ୍ରଦାୟିକ ହିଂସା ଘଟଣାରେ ମୋଟ ୩୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରକିଛି ପୋଲିସ । ସେପଟେ କରୌଲିରେ କର୍ଫ୍ୟୁ ଲଗାଯିବା ସହିତ ସୋମବାର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ଉଭୟ ପକ୍ଷ ସହ ମିଶି ପ୍ରଶାସନ ଶାନ୍ତି ସ୍ଥାପନା ପାଇଁ ଅପିଲ କରିଛି । ତେବେ ଆଗି ପୁଣିଥରେ ବୈଠକ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଆହତଙ୍କ ମଧ୍ୟରୁ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଗୁରୁତର ଏବେ ବି ଜୟପୁରରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ, ମୁସଲିମ ବହୁଳ ଅଞ୍ଚଳ ଦେଇ ଏକ ବାଇକ ରାଲି ଯାଉଥିବା ବେଳେ ହଠାତ କିଛି ଅସାମାଜିକ ଲୋକ ଘଟଣାସ୍ଥଳରେ ପଥର ମାଡ କରିଥିଲେ । ଉତ୍ୟକ୍ତ ଲୋକେ କିଛି ଦୋକାନ ଏବଂ ବାଇକ ଜାଳି ଦେବା ସହିତ ଭଙ୍ଗାରୁଜା ମଧ୍ୟ କରିଥିଲେ । ଫଳରେ ମାତ୍ର କିଛି କ୍ଷଣ ମଧ୍ୟରେ ଏହି ହିଂସା ଖୁବ ବଢିଯାଇଥିଲା । ଏ ନେଇ ମାମଲା ରୁଜୁ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଅଭିଯୋଗରେ ୩୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେପଟେ ଏହି ମାମଲାକୁ ନେଇ ଡିଜିପି ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏଥି ସହିତ ବିଭିନ୍ନ ଧର୍ମର ଲୋକମାନଙ୍କୁ ଏକାଠି ହୋଇ ରହିବା ପାଇଁ ଅପିଲ କରିଛନ୍ତି ଗେହଲଟ ।

Related Articles

Back to top button
WP Twitter Auto Publish Powered By : XYZScripts.com