ଜାତୀୟରାଜନୀତି

ଆନ୍ଧ୍ରର ନୂଆ ଚାଲ: କୋଟିଆ ଗ୍ରାମପୁଞ୍ଜକୁ ନେଇ ଗଠନ କଲା ନୂଆ ଜିଲ୍ଲା, ୧୩ଜିଲ୍ଲାର ଶୁଭାରମ୍ଭ କଲେ ଜଗନ୍‌ ରେଡ୍ଡୀ

ହାଇଦ୍ରାବାଦ୍‌() କୋଟିଆକୁ ନେଇ ନୂଆ ଚାଲ ଚାଲିଲା ଆନ୍ଧ୍ରପ୍ରଦେଶ। ଗତ କିଛି ଦିନ ହେବ କୋଟିଆ କାହାର; ଓଡ଼ିଶାର ନା ଆନ୍ଧ୍ରର, ଏହି ବିବାଦ ଲାଗିଥିବା ବ‌େଳେ ଏବେ କୋଟିଆ ଗ୍ରାମପୁଞ୍ଜକୁ ନେଇ ନୂଆ ଜିଲ୍ଲା ଗଠନ କଲେ ଆନ୍ଧ୍ର ସରକାର। ଗତକାଲି ୧୩ଟି ନୂଆ ଜିଲ୍ଲା ସୃଷ୍ଟି କରାଯାଇଥିବା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଘୋଷଣା କରିଥିବା ବେଳେ ଏହି ୧୩ଟି ଜିଲ୍ଲାରେ କୋଟିଆର ଗ୍ରାମପୁଞ୍ଜ ଥିବା ଜଣାପଡ଼ିଛି।

କୋଟିଆର ପାର୍ବତିପୁରଣ ଓ ପାଲକୋଣ୍ଡା ସବ ଡିଭିଜନକୁ ନେଇ ଆନ୍ଧ୍ର ନିତନ ମାନସମ ଜିଲ୍ଲା ଗଠନ କରିଛି। ୧୩ଟି ନୂଆ ଜିଲ୍ଲା ବିଷୟରେ ଆନୁଷ୍ଠାନିକ ଭାବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀ ଘୋଷଣା କରିଥିବା ବେଳେ ଆଜି ଭର୍ଚୁଆଲ ମୋଡରେ ସେ ୧୩ ଜିଲ୍ଲାର ଶୁଭାରମ୍ଭ କରିଛନ୍ତି। ୧୩ଟି ନୂଆ ଜିଲ୍ଲାକୁ ମିଶାଇ ଏବେ ଆନ୍ଧ୍ରର ମୋଟ ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com