ଓଡ଼ିଶା

ଇପିଏଫ୍ ଓ ଇଏସ୍ଆଇ ଠକିଥିବା ଠିକା ସଂସ୍ଥା ବିରୁଦ୍ଧରେ ଏତଲା ଦେଲା ସଂଘ

ପୁରୀ () ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଆଟେଣ୍ଡାଣ୍ଟ, ସୁଇପର, ଡ୍ରାଇଭର, ହେଲ୍ପଡେସ୍କ, ଡାଟା ଏଣ୍ଟ୍ରି ପ୍ରଭୁତି ସ୍ଥାନରେ ସର୍ଭିସ ପ୍ରୋଭାଇଡ଼ର କଟକର ନିରାକାର ସିକୁରିଟି ସର୍ଭିସ ମାଧ୍ୟମରେ ନିର୍ମଳ ଓ ନିର୍ମଳପ୍ଲସ ଯୋଜନାରେ କର୍ମଚାରୀ ମାନଙ୍କୁ ନିଯୁକ୍ତି କଲେ ସିଡିଏମଓ । କୋଭିଡରେ କାମ କଲେ ଦୁଇଟି ପ୍ରତ୍ସାହନ ରାଶିରୁ ଏ ପର୍ଯ୍ୟନ୍ତ ଗୋଟେ ପ୍ରତ୍ସାହନ ରାଶି ଦେଲା ନାହିଁ ଠିକା ସଂସ୍ଥା । ପ୍ରତି ମାସ ଦରମାରୁ ଚାରି ଦିନ ଦରମା କାଟିଲା, ଇପିଏଫ୍ ଆନୁପାତିକ ଭାବେ ଭରୁନି, ଇଏସ୍ଆଇ ଜମା ଭରୁନି ଠିକା ସଂସ୍ଥା, ଫଳରେ କର୍ମଚାରୀ ଓ ତାର ପରିବାର ଚିକିତ୍ସା ସୁବିଧାରୁ ବଂଚିତ ହେଉଛନ୍ତି । ପ୍ରତ୍ୟେକ ମାସରେ ଲକ୍ଷ ଲକ୍ଷ ଟଙ୍କା ସିଧା ସଳଖ ଭାବେ ଠକି ନେଉଛି ନିରାକାର ସିକୁରିଟି। ଇପିଏଫ୍ ଓ ଇଏସ୍ଆଇ ଅଧିକାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି ।

ସିଡିଏମଓ ବିଲ କଲାବେଳେ ମାଗୁନାହାନ୍ତି ଇପିଏଫ୍, ଇଏସ୍ଆଇ ଦାଖଲର ସ୍ଲିପ । ପୁରୀ ଜିଲ୍ଲାରେ ସମସ୍ତ ଡାକ୍ତରଖାନାରେ କାମ କରୁଥିବା ଠିକା କର୍ମଚାରୀ ଶୋଷଣର ଶିକାର ହେଉଛନ୍ତୁ। ଇପିଏଫ୍ କିମ୍ବା ଇଏସ୍ଆଇ ଠକିଥିବା ଠିକା ସଂସ୍ଥା ବିରୁଦ୍ଧରେ ସୋମବାର କୁମ୍ଭାରପଡା ଥାନାରେ ଏତଲା ଦେଇଛନ୍ତି ମେଡିକାଲ ଠିକା କର୍ମଚାରୀ ସଂଘ । ଏଥିରେ ସଂଘର ସଭାପତି ଶରତ କୁମାର ରାୟଗୁରୁ, ସମ୍ପାଦକ ଅନିଲ ସୁବୁଦ୍ଧି, ତ୍ରିନାଥଭୋଇ, ମଧୁ ସାହୁ, ତପନ ଜେନା, ମାଣିକ ନାୟକ, ଲତା ନାୟକ,ଲଳିତ ଶ୍ରୀଚନ୍ଦନ, ବିଶ୍ୱଜିତ ସେଠି ଓ ତପନ ଭୋଇଅନନ୍ତ ରଥ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com