ଓଡ଼ିଶାଜାତୀୟରାଜନୀତି

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା

ଭୁବନେଶ୍ୱର, ୨୯/୦୯/୨୦୨୨-  ଓଡିଶାରେ ଏବେ କୁଶାସନ ଚାଲିଛି, ରକ୍ଷକ ଏଠାରେ ଭକ୍ଷକ ସାଜିଛନ୍ତି । ଦୁର୍ନୀତିରେ ବୁଡି ରହିଛି ରାଜ୍ୟ ସରକାର । ଶୀର୍ଷ ସ୍ତରରୁ ଶେଷ ସ୍ତର ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଛାପ । ଏଠାରେ ସରକାର ଡୁପ୍ଲିକେଟ, ଚାବି ବି ଡୁପ୍ଲିକେଟ । ଏଭଳି ଦୁର୍ନୀତିଖୋର ସରକାରଙ୍କୁ ଉପାଡି ଫିଙ୍ଗିବାକୁ ପଡିବ ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଆଣିବାକୁ ପଡିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ମୋହର ମାରି ଶ୍ରେୟ ନେଉଛନ୍ତି ରାଜ୍ୟ ସରକାର । ଆୟୁଷ୍ମାନ ଭାରତ ଯୋଜନା ଦେଶର ଅଧିକାଂଶ ରାଜ୍ୟ ଲାଗୁ କରିଥିବା ବେଳେ ଓଡ଼ିଶା ଏଥିରୁ ଦୂରେଇ ରହିଛି । ଯାହାଦ୍ୱାରା ଅନେକ ଓଡ଼ିଆ କେନ୍ଦ୍ରର ଆୟୁଷ୍ମାନ ଯୋଜନାରୁ ବଞ୍ଚିତ ରହିଛନ୍ତି । ୨ ଦିନିଆ ଓଡିଶା ଗସ୍ତରେ ଆସି ଏଭଳି କିଛି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଏହାସହ ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଢିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଦଳର ମୁଖିଆ ।

Related Articles

Back to top button
WP Twitter Auto Publish Powered By : XYZScripts.com