ଜାତୀୟବାଣିଜ୍ୟ

ଯୁଦ୍ଧ ଭିତରେ ପ୍ରଥମ କରି ଉଛୁଳିଲା ସେୟାର ବଜାର, ସେନ୍‌ସେକ୍ସରେ ୫ ଶହ ପଏଣ୍ଟ୍‌ ବୃଦ୍ଧି

ମୁମ୍ୱାଇ : ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱର ସେୟାର ବଜାର ଉପରେ ପ୍ରଭାବ ପଡ଼ିଛି । ମାର୍ଚ୍ଚ ମାସରେ ପ୍ରଥମ ଥର ପାଇଁ ଆଜି ଭାରତୀୟ ସେୟାର ବଜାର ଗ୍ରୀନ୍‌ ଜୋନ୍‌ରେ ଦେଖିବାକୁ ମିଳିଛି । ଲମ୍ୱା ସମୟ ଧରି ହ୍ରାସ ପରିଲିକ୍ଷିତ ହେଉଥିବା ସେନ୍‌ସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ହୋଇଛି । ମାର୍କେଟ୍‌ ବନ୍ଦ ହେବାର କିଛି ସମୟ ପୂର୍ବରୁ ସୂଚକାଙ୍କ ଉପରକୁ ଉଠୁଥିବା ଦେଖିବାକୁ ମିଳିଥିଲା ଏବଂ ଏହା ଶେଷ ପର୍ଯ୍ୟନ୍ତ ରହିଥିଲା ।
ବଜାର ବନ୍ଦ ହେବା ପୂର୍ବରୁ ବମ୍ୱେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ୫ ଶହ ଅଙ୍କରୁ ଅଧିକ ବୃଦ୍ଧି ହୋଇଛି । ଦ୍ୱିପ୍ରହର ୩ ଟାରେ ସେନ୍‌ସେକ୍ସ ୫୭୯.୨୪ ଅଙ୍କ ଅର୍ଥାତ ୧.୧୦ ପ୍ରତିଶତ ବୃଦ୍ଧି ସହିତ ୫୩,୪୨୧.୯୯ ଅଙ୍କ ଉପରେ କାରବାର କରୁଥିବା ଦେଖାଯାଇଥିଲା । ଏହାପରେ ୬ ଶହ ଅଙ୍କ ଉପରକୁ ଚାଲିଯାଇଥିଲା ।
ତେବେ କାରବାର ଶେଷରେ ସେନ୍‌ସେକ୍ସ ୫୮୧.୩୪ ଅଙ୍କ ବୃଦ୍ଧି ସହିତ ୫୩,୪୨୪.୦୯ ପଏଣ୍ଟରେ ବନ୍ଦ ହୋଇଥିଲା । କାରବାର ମଝିରେ ସୂଚକାଙ୍କ ସର୍ବାଧିକ ୫୩,୪୮୪.୨୬ ଏବଂ ସର୍ବନିମ୍ନ ୫୨,୨୬୦.୮୨କୁ ଛୁଇଁଥିଲା ।
ସେହିପରି ନାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟିରେ ମଧ୍ୟ ବୃଦ୍ଧି ହୋଇଛି । ଦ୍ୱିପ୍ରହର ୩ ଟା ସମୟରେ ନିଫ୍ଟିରେ ୧୧୪.୮୫ ଅଙ୍କ ଅର୍ଥାତ ୦.୭୨ ପ୍ରତିଶତ ବୃଦ୍ଧି ହୋଇଥିଲା । ଆଜି ନିଫ୍ଟି ୧୫, ୯୭୮ ଅଙ୍କ ଉପରେ ଟ୍ରେଣ୍ଡ କରୁଥିବା ଦେଖାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com