ବାଣିଜ୍ୟ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦେଲା ବିଜେଡି

ଭୁବନେଶ୍ୱର, ୨୫/୧୦/୨୦୨୨-  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ବିରୋଧରେ ଅଭିଯୋଗ ଆଣିଛି ବିଜେଡି । ଦଳର ଅଭିଯୋଗ ଅନୁସାରେ, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି ପ୍ରତିନିଧି ଦଳ । ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି ।  ବିଜେଡିର ୭ ଜଣିଆ ପ୍ରତିନିଧି ଦଳ ଅଭିଯୋଗ ପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com