ବାଣିଜ୍ୟ

ଆଗକୁ ମହଙ୍ଗା ହେବ ବିଜୁଳି ବିଲ୍

ଭୁବନେଶ୍ୱର, ୨୪/୦୨/୨୦୨୩ –    ଆଗକୁ ଗ୍ରୀଷ୍ମ ତାତି ବଢ଼ିବା ସହିତ ବିଜୁଳି ବିଲ୍ ମଧ୍ୟ ବଢ଼ିବ ବୋଲି ଅନୁମାନ କରାଯାଉଛି । କାରଣ ବର୍ତ୍ତମାନ ତାତି ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଣ୍ଟ୍ରାଲ ଇଲେକ୍ଟ୍ରିକ ରେଗୁଲେଟୋରୀ କମିଶନ-CERC ବିଜୁଳି ଉତ୍ପାଦନାକାରୀ କମ୍ପାନୀମାନଙ୍କୁ ଏନର୍ଜି ଏକ୍ସଚେଞ୍ଜ ଉପରେ ମହଙ୍ଗା ବିଜୁଳି ବିକ୍ରି କରିବାକୁ ଅନୁମତି ଦେଇଛି ।

   ବର୍ତ୍ତମାନ ଶକ୍ତି ବଜାରରେ ବିଜୁଳି ଦର ୟୁନିଟ୍ ପିଛା ୧୨ ଟଙ୍କା ରହିଛି । ତେବେ ଏହି ଦରକୁ ବର୍ତ୍ତମାନ ୫୦ ଟଙ୍କା ବୃଦ୍ଧି କରାଯାଇଛି । ସାଧାରଣ ଭାବେ ରାଜ୍ୟମାନଙ୍କୁ କୋଟା ଓ ବିଦ୍ୟୁତ କ୍ରୟ ଚୁକ୍ତି ମାଧ୍ୟମରେ ବିଜୁଳି ମିଳିଥାଏ । ଅଧିକ ଚାହିଦା ସମୟରେ ଡିସକମ୍ କମ୍ପାନୀମାନେ ଶକ୍ତି ବିନିମୟରୁ ବିଜୁଳି କିଣିଥାନ୍ତି । ତେବେ ଏପରି ସ୍ଥିତିରେ କମ୍ପାନୀମାନଙ୍କୁ ଅଧିକ ମୂଲ୍ୟ ଦେଇ ବିଜୁଳି କିଣିବାକୁ ପଡ଼ିଥାଏ । ତେଣୁ ସେମାନେ ବିଦ୍ୟୁତ ଗ୍ରାହକଙ୍କ ଉପରେ ଏହି ଅର୍ଥ ବୋଝ ଲଦିଦେବେ । ଏହି କାରଣରୁ ଗ୍ରାହକଙ୍କ ପାଖକୁ ଏବେ ଅଧିକ ବିଜୁଳି ବିଲ୍ ଆସିବ ।
     ସେହିପରି ଇନ୍ଧନ ମୂଲ୍ୟ ଓ ଅନ୍ୟ ଦେୟ ଭାବେ ଅଧିକ ଖର୍ଚ୍ଚ ସହିତ ଶକ୍ତି ବିନିମୟରେ ଅଧିକ ମୂଲ୍ୟରେ ବିଦ୍ୟୁତ କ୍ରୟ କରିବାକୁ CERC ଅନୁମତି ଦେଇଛି । କମ୍ପାନୀମାନେ ୟୁନିଟ୍ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିବାକୁ ସକ୍ଷମ ହୋଇପାରିବେ । ଭାରତୀୟ ଏନର୍ଜି ଏକ୍ସଚେଞ୍ଜର ଆବେଦନ ଉପରେ CERC ଏହି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଅର୍ଥ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଅତିରିକ୍ତ ବୋଝ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com