ବାଣିଜ୍ୟ

ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

କୋଦଳl, ୧୦/୦୮/୨୦୨୨-  ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ କେ ବରିଡ଼ା ଆର୍ ଆଇ ଦେବାଶିଷ ମାଝୀ ଭିଜିଲାନ୍ସ କବ୍ଜାରେ । ଗୋଟିଏ ବାଲି ଟ୍ରକକୁ ଛାଡିବାକୁ ୫୫ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗରେ ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ଟିମ୍ କେ ବରିଡ଼ା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଚଢ଼ାଉ କରି ଆର୍ ଆଇଙ୍କୁ ଧରିଥିବା ଜଣାପଡିଛି ।  ଉକ୍ତ ଆର୍ ଆଇକଂ ନାମରେ  ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା । ଗତ ୨ ଦିନ ତଳେ ଗୋଟିଏ ବାଲି ଟ୍ରକକୁ ଜବତ କରିଥିଲା ଆର୍ ଆଇ । ଟ୍ରକ୍ ର ସମସ୍ତ କାଗଜପତ୍ର ଠିକ୍ ଥିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଅର୍ଥ ଦାବି କରିଥିଲେ ଆର୍ ଆଇ । ଟ୍ରକ ମାଲିକ କେ ବରିଡ଼ାର ଅଜୟ କଅଁରଙ୍କ ବାଲି ଗାଡିକୁ ଜବତ କରିବା ସହିତ ରାଜସ୍ବ ଆଦାୟ ବାବଦରେ ୩୦ ହଜାର ଟଙ୍କା ଏବଂ ଲାଞ୍ଚ ବାବଦରେ ୨୫ ହଜାର ଟଙ୍କା ଦାବି କରିଥିଲେ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ ଟ୍ରକ୍ ମାଲିକ। ଯୋଜନା ମୁତାବକ ଆଜି ଟ୍ରକ ମାଲିକ ଆର୍ ଆଇଙ୍କ କାର୍ଯ୍ୟାଳୟ ଠାରେ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡି ବସିଥିଲା।  ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଭଡା ଘର ସମେତ ନିଜର ପୈତୃକ ଘରକୁ ନେବ ।

Related Articles

Back to top button
WP Twitter Auto Publish Powered By : XYZScripts.com