ଜାତୀୟ

ଯୁଦ୍ଧ ଯୋଗୁ ୟୁକ୍ରେନ ଏରୋସ୍ପେସ୍‌ ବନ୍ଦ, ଜାଣନ୍ତୁ ନାଗରିକଙ୍କୁ ବାହାର କରିବା ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ଭାରତ ସରକାର

ନୂଆଦିଲ୍ଲୀ() ୟୁକ୍ରେନ ଉପରେ ଋଷିଆର ବିମାନ ଆକ୍ରମଣ ପରେ ପୂର୍ବ ଇୟୁରୋପୀୟ ଦେଶଙ୍କ ଆକାଶ ମାର୍ଗକୁ ବିମାନ ଓଡ଼ାଣ ଲାଗି ନିଷିଦ୍ଧ କରିଦିଆଯାଇଛି।  ଏଥିରେ ୟୁକ୍ରେନରେ ଫଶି ରହିଥିବା ନାଗରିକଙ୍କୁ ବାହାର କରିବା ଲାଗି ଭାରତ ସରକାର ବିକଳ୍ପ ମାର୍ଗ ସକ୍ରିୟ କରୁଛନ୍ତି। ଏଥିରେ ୟୁକ୍ରେନସ୍ଥିତ ଭାରତୀୟ ଦୂତାବାସ ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ନାଗରିକଙ୍କୁ ବିଚଳିତ ନହେବା ଲାଗି ପରାମର୍ଶ ଦିଆଯାଇଥିବା ବେଳେ ଯିଏ ଯେଉଁଠାରେ ଅଛନ୍ତି ସେହିଠାରେ ରହିବା ପାଇଁ କୁହାଯାଇଛି। କାରଣ ଋଷିଆର ଆକ୍ରମଣ ପରେ ପରିସ୍ଥିତି ଅଚାନକ ବଦଳି ଯାଇଚଛି।

ସେପଟେ କେରଳର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନରେ ରହି ପାଠ ପଢୁଥିବା ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର କହିଛନ୍ତି। ସେଠାରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାରକରି ଆଣିବାକୁ କେନ୍ଦ୍ର ବିଦେଶ ମନ୍ତ୍ରୀଙ୍କୁ  ପତ୍ର ଲେଖିଛନ୍ତି। ଏସ. ଜୟଶଙ୍କରଙ୍କୁ ବିଜୟନ ଲେଖିଥିବା ପତ୍ରରେ କେରଳର ୨ହଜାର ୩୨୦ ଜଣ ଛାତ୍ରଛାତ୍ରୀ ୟୁକ୍ରେନରେ ପଢୁଥିବା ଉଲ୍ଲେଖ କରିଛନ୍ତି। ଏଥିରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଜୟନ ନିବେଦନ କରିଛନ୍ତି।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ଗୁରୁବାର ୟୁକ୍ରେନରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଘୋଷଣା କରିବା ସହ ଯୁଦ୍ଧ ଆରମ୍ଭ ହୋଇଯାଇଛି। ରାଜଧାନୀ କୈଭ ସମେତ କେତେକ ସ୍ଥାନରେ ଋଷୀୟ ଯୁଦ୍ଧବିମାନ ଆକ୍ରମଣ କରିଥିବାର ସୂଚନା ଆସୁଛି। ତୀବ୍ର ବଦଳୁଥିବା ଘଟଣାକ୍ରମରୁ ୟୁକ୍ରେନର ଆକାଶମାର୍ଗ ବନ୍ଦ ହୋଇଯାଇଥିବାରୁ ଏବେ ବିକଳ୍ପ ନିକାସ ମାର୍ଗକୁ ସକ୍ରିୟ କରିବା ଲାଗି ଉଦ୍ୟମ ହେଉଛି। ଯୁକ୍ରେନସ୍ଥିତ ଭାରତୀୟ ଦୂତାବାସ ସକ୍ରିୟ ଅଛି, ଏଣୁ ଦୂତାବାସଙ୍କ ପରାମର୍ଶ ପାଳନ କରିବା ଜରୁରି ବୋଲି କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com