ଜାତୀୟଶିକ୍ଷା

୧୮ ଲକ୍ଷ ଛାତ୍ରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା, ନିଟ୍ ୟୁଜି ପରୀକ୍ଷା ଘୁଞ୍ଚାଇବା ନେଇ ହୋଇଥିବା ଆବେଦନ ଖାରଜ

ସ୍ନାତକ ମେଡିକାଲ ପାଠ୍ୟକ୍ରମରେ ଯୋଗ ଦେବା ପାଇଁ ଏନଟିଏ ଦ୍ୱାରା ଆୟୋଜିତ ନିଟ୍ ୟୁଜି -୨୦୨୨ ପରୀକ୍ଷା ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ପାଇଁ ୧୮ ଲକ୍ଷ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଅଧିକ ଛାତ୍ର କିଛିଦିନ ହେବ ଏହି ପରୀକ୍ଷା ପାଇଁ ତାରିଖ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି । ଏନେଇ କିଛି ଛାତ୍ର ଛାତ୍ରୀ ଦିଲ୍ଲୀ ହାଇକୋର୍ଟରେ ବି ଆବେଦନ କରିଥିଲେ । ହେଲେ ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ଏହି ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ଏଭଳି ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ । କେବଳ ଛାତ୍ର ବୋଲି ସେମାନଙ୍କୁ କ୍ଷମା କରିଦିଆଗଲା ନଚେତ ସେମାନଙ୍କ ଉପରେ ଜରିମାନା ଲଗାଯାଇଥାନ୍ତା । ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି କି ନିଟ୍ ୟୁଜି ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ । ଜୁଲାଇ ୧୭ ତାରିଖ ରବିବାର ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେପଟେ ପରୀକ୍ଷାର ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଛାତ୍ର ଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶନାମା ଓ ଡ୍ରେସକୋର୍ଡ ଜାରୀ କରିଛନ୍ତି । ଚଳିତ ବର୍ଷ ନିଟ୍ ୟୁଜି ପରୀକ୍ଷାରେ ୧୮ ଲକ୍ଷ ଛାତ୍ରଛାତ୍ରୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ଏଥିରେ ଏମବିବିଏସ, ବିଡିଏସ୍, ବିଏଏମଏସ, ବିୟୁଏମଏସ ଓ ବିଏଚଏମଏସ ପାଠ୍ୟକ୍ରମରେ ସାମିଲ ହେବା ପାଇଁ ପରୀକ୍ଷା ଦେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com