ଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରତି ଘରୁ ଆସିଥିଲା ରୁଟି, ମହିଳାମାନେ କରିଥିଲା ସ୍ୱତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ() ଜମ୍ମୁ କଶ୍ମୀର ସାମ୍ୱା ଜିଲ୍ଲାର ପଲ୍ଲୀ ଗାଁରେ ପଞ୍ଚାୟତ ରାଜ ଦିବସ ଅବାସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ମହିଳାମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ ଏବଂ ଅତିଥିମାନଙ୍କଙ୍କ ପାଇଁ ପ୍ରତି ଘରୁ ୨୦-୨୦ ରୁଟି ଅଣାଯାଇଥିଲା। ମହିଳାଙ୍କ ଏହି ଉଦ୍ୟମକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ରରିବାର ପଞ୍ଚାୟତ ରାଜ ଦିବସ ଅବସରରେ ସାମ୍ୱା ଜିଲ୍ଲାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ପଞ୍ଚାୟତ ପ୍ରତିନିଧିମାନେ ମହିଳାଙ୍କ ପ୍ରସ୍ତୁତି ବାବାଦରେ ଅବଗତ କରାଇଥିଲେ। ଅତିଥିମାନଙ୍କ ପାଇଁ ପ୍ରତି ଘରୁ ଅତି କମରେ ୨୦ଟି ରୁଟି ପହଞ୍ଚା ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ।

ପାଲି ଗାଁର ପଞ୍ଚାୟତ ପ୍ରତିନିଧି ଗାଁରେ ସୌର ଉର୍ଜା ପ୍ଲାଣ୍ଟ ପ୍ରତିଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ ଜମି ପାଇଁ ସୌର ପମ୍ପ ଏବଂ ଘରେ ଏଲଇଡି ବଲବ ତଥା ସୌର କୁକୁରର ବ୍ୟବହାର ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଅର୍ଗାନିକ୍ ଫାର୍ମିଂର ଗୁରୁତ୍ୱ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ଧାରା ୩୭୦ର ଉଚ୍ଛେଦ ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ଜମ୍ମୁ କଶ୍ମୀର ଗସ୍ତ କରିଛନ୍ତି। ଏହି ଅବସରରେ ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com