ଓଡ଼ିଶା

ପଳାଶୁଣୀରେ କାର-ଟ୍ରକ୍ ଧକ୍କା : ଘଟଣାସ୍ଥଳରେ ପ୍ରାଣ ହରାଇଲେ କାର ଡ୍ରାଇଭର

ଭୁବନେଶ୍ୱର : ଦୁର୍ଘଟଣା କେମିତି ବି ଆସିପାରେ । ରାଜଧାନୀ ଭୁବନେଶ୍ୱର ସ୍ଥିତ ପଳାଶୁଣିରେ ଘଟି ଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ କାର ଡ୍ରାଇଭର ଜଣଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ପଳାଶୁଣି ଛକ ନିକଟରେ କାର ଓ ଟ୍ରକ ମଧ୍ୟରେ ଘଟିଥିଲା ଭୟାବହ ଦୁର୍ଘଟଣା । କାରର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିବା ବେଳେ ଡ୍ରାଇଭର ଜଣକ ଚାପି ହୋଇ ଫସି ଯାଇଥିଲେ ।
ଚାପି ହୋଇଯିବା ସହିତ ଡ୍ରାଇଭର ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ପରେ କାରଟିକୁ କଟାଯାଇ ଡ୍ରାଇଭରଙ୍କୁ ବାହାରକୁ ଅଣାଯାଇଥିଲା । ଟ୍ରକଟି କେବଳ କାରକୁ ଧକ୍କା ଦେଇନଥିଲା ବରଂ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଏହି ଘଟଣାରେ ୩ ଜଣ ଗୁରୁତର ହୋଇ ପଡିଥିବା ବେଳେ ସମସ୍ତ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com