ଅନ୍ତର୍ଜାତୀୟରାଜନୀତି

ବିଜେପି ମୁଖ୍ୟାଳୟ ଯାଇ ଇତିହାସ ରଚିଲେ ନେପାଳ ପ୍ରଧାନମନ୍ତ୍ରୀ, ବିରୋଧ ହେବାରୁ ଦେଲେ ସଫେଇ

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ଶେର ବହାଦୂର ଦେଉବା ନିଜର ସଫଳ ଭାରତ ଯାତ୍ରା ପରେ କାଠମାଣ୍ଡୁ ଫେରି ଯାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ  ଭାରତ ଯାତ୍ରାରେ ଅନେକ ରାଜିନାମା ଉପରେ ହସ୍ତାକ୍ଷର କରିଛନ୍ତି। ଭାରତର ସାଂସ୍କୃତିକ ରାଜଧାନୀ କୁହାଯାଉଥିବା ବାରାଣସୀ ମଧ୍ୟ ଗସ୍ତ କରିଛନ୍ତି। ତେବେ ଏହି ଯାତ୍ରା ସମୟରେ ଶେର ବହାଦୂର ଦେଉବାଙ୍କ ଏକ ପଦକ୍ଷେପକୁ ନେଇ ନେପାଳରେ ଖୁବ୍ ଚର୍ଚ୍ଚା ଚାଲିଛି। ତାହା ହେଉଛି ଭାରତରେ ଶାସକ ବିଜେପିର ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟ ଯିବା।
ପିଏମ ଦେଉବାଙ୍କ ବିଜେପି କାର୍ଯ୍ୟାଳୟ ଯିବା ନେଇ ଦେଶରେ ବିରୋଧର ସ୍ଵର ଉଠିବାରେ ଲାଗିଛି। ଏହାକୁ ବିରୋଧ କରିଛନ୍ତି ନେପାଳର ଚୀନ ସମର୍ଥକ ଏବଂ ବାମଦଳ ସହ ଜଡିତ ଲୋକ। ଏହା ପରେ କ୍ଷମତାସୀନ ନେପାଳି କଂଗ୍ରେସକୁ ଏହା ଉପରେ ସଫେଇ ଦେବାକୁ ପଡିଛି। ନେପାଳର ବୈଦେଶିକ ମନ୍ତ୍ରୀ ନାରାୟଣ ଖଡକା କହିଛନ୍ତି, ନେପାଳର ପ୍ରଧାନମନ୍ତ୍ରୀ  ନେପାଳି କଂଗ୍ରେସର ଅଧ୍ୟକ୍ଷ ଭାବେ ବିଜେପି କାର୍ଯ୍ୟାଳୟ ଯାଇଥିଲେ। ସେଠାକୁ ସେ ପ୍ରଧାନମନ୍ତ୍ରୀ ଭାବେ ଯାଇନଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ଦୁଇ ଦଳ ମଧ୍ୟରେ ସଂପର୍କକୁ ଆହୁରି ସୁଦୃଢ କରିବା। ନେପାଳି କଂଗ୍ରେସ ଦୁନିଆର ଅନ୍ୟ ଦେଶଗୁଡିକର ରାଜନୈତିକ ଦଳ ସହ ଏହି ଧରଣର ସଂପର୍କୁ ଆହୁରି ନିବିଡ କରୁଛି।
ନେପାଳରେ ଦେଉବାଙ୍କ ଏହି ପଦକ୍ଷେପକୁ ଚୀନ ସମର୍ଥକ ନିନ୍ଦା କରିଛନ୍ତି। ଏହା ପ୍ରୋଟୋକଲର ଉଲ୍ଲଂଘନ ବୋଲି କହିଛନ୍ତି। ୨୦୧୮ରେ କେପି ଓଲିଙ୍କ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ  ଭାରତ ଗସ୍ତ ଥିଲା। ଦେଉବାଙ୍କ ଭାରତ ଯାତ୍ରା ଏମିତି ସମୟରେ ହୋଇଛି ଯେବେ ଆମେରିକାର ୫୦ କୋଟି ଡଲାରର ସହାୟତାକୁ ମଞ୍ଜୁରୀ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com