ଓଡ଼ିଶା

ପମ୍ପ୍ ହାଉସ୍‌ରୁ ବିପୁଳ ପରିମାଣର ମଦ ଜବତ, କିଏ ଓ କେଉଁଠୁ ଆଣିଛି ଅସ୍ପଷ୍ଟ

ସାନଖେମୁଣ୍ଡି() ମତଦାନ ପୂର୍ବରୁ ମଦ ଦୋକାନ ବନ୍ଦ ରଖିବାକୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରହିଛି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ କମିଶନର ଗୁରୁତ୍ଵ ଦେଇଛନ୍ତି । ସେ ଦୃଷ୍ଟିରୁ ମଦ କାରବାର ଉପରେ କଡା ନଜର ରଖିଛି ପ୍ରଶାସନ । ଏହାସତ୍ତ୍ବେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ୬୨ନଂ ଜୋନ୍ କଲରାପଦର ପଞ୍ଚାୟତର ମାଟିଆବରାଇ ଗ୍ରାମର ପମ୍ପ ହାଉସ୍‌ରେ ବିପୁଳ ପରିମାଣ ମଦ ରଖାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବାରମ୍ବାର ପୋଲିସ ଏବଂ ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ବେ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି ।

ତେଣୁ ଗ୍ରାମର ବହୁ ପୁରୁଷ ଓ ମହିଳା ପମ୍ପ ହାଉସ୍ ନିକଟରେ ମଦକୁ ଜଗି ବସିଥିଲେ। ବସ୍ତା ବସ୍ତା ମଦ ଗଚ୍ଛିତ ରହିଥିବା ଗ୍ରାମବାସୀ କହିଛନ୍ତି । ଅଭିଯୋଗ ପାଇବା ପରେ ବିଳମ୍ବିତ ସନ୍ଧ୍ୟାରେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିଥିବା କହିଛନ୍ତି । ବିଡିଓ ଗାୟତ୍ରୀଦତ୍ତ ନାୟକ ମଧ୍ୟ ଉପସ୍ଥିତ ଥିଲେ । ତେବେ ମଦ କିଏ ଓ କେଉଁଠୁ ଆଣିଛି ତାହାର ତଦନ୍ତ କରାଯାଉଥିବା ଆଇଆଇସି ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com