ଅନ୍ତର୍ଜାତୀୟଜାତୀୟ

ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ନିଶା କାରବାରର ସଙ୍ଗୀନ ଅଭିଯୋଗ, ଆମେରିକା କୋର୍ଟରେ ହେବ ବିଚାର, ପ୍ରତ୍ୟାର୍ପଣ କଲା ଟେଗୁସିଗାଲପା

ନୂଆଦିଲ୍ଲୀ() ବଢିଲା ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତିଙ୍କ ଅଡୁଆ । ଡ୍ରଗ୍ସ କାରବାରରେ ଫସିଥିବା ପୂର୍ବତନ ରାଷ୍ଟ୍ରପତି ଜୁଆନ୍ ଓରଲାଣ୍ଡୋ ହର୍ଣ୍ଣାଡେଜଙ୍କୁ ଆମେରିକା ପ୍ରତ୍ୟାର୍ପଣ କରାଯାଇଛି । ସେ କୋଟି କୋଟି ଟଙ୍କାର କୋକେନ ଆମେରିକାକୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିଲେ ।

୫୩ ବର୍ଷୀୟ ଜୁଆନ୍ ୨୦୧୪ରୁ ୨୦୨୨ ଯାଏଁ ରାଷ୍ଟ୍ରପତି ରହିଥିଲେ । ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ବାକି ଜୀବନ ଜେଲରେ କାଟିବାକୁ ହେବ ।

ଗତ ଫେବ୍ରୁଆରୀରେ ଡ୍ରଗ୍ସ କାରବାରରେ ତାଙ୍କୁ ଗିରଫ କରାଯାଇଥିଲା । ପଦ ଛାଡିବାର ୩ ସପ୍ତାହ ମଧ୍ୟରେ ସେ କାରବାରରେ ଲିପ୍ତ ଥିବା ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଆମେରିକା ପ୍ରଶାସନ ତାଙ୍କୁ ଗିରଫ କରିବାକୁ ଚାପ ପକାଇଥିଲା  । ଏହାପରେ ପୋଲିସ ତାଙ୍କୁ ହାତକଡି ପକାଇ ନେଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା ।

ହଣ୍ଡୁରାସର ପ୍ରତିରକ୍ଷା ମନ୍ତ୍ରୀ ରାମନ୍ ସର୍ବିଲାନ୍ କହିଥିଲେ ଯେ, ଜୁଆନ ବେଆଇନ ଡ୍ରଗ୍ସ ତସ୍କରୀରେ ସାମିଲ ଅଛନ୍ତି । ସେ ଅନେକ ସାର୍ବଜନୀନ ସଂସ୍ଥାକୁ ଦୁର୍ନୀତିରେ ବୁଡାଇ ରଖିଥିଲେ । ସେ ଆମେରିକାରେ ନିଶା ଦ୍ରବ୍ୟ ଚାଲାଣ କରୁଥିଲେ । ଏଥିପାଇଁ ମାରାତ୍ମକ ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରୁଥିବା ରାମନ୍ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com