ଜାତୀୟ

୬ ବର୍ଷର ଭୋକିଲା ଶିଶୁ ଟଙ୍କା ମାଗିବାରୁ ରାଗିଗଲେ ପୋଲିସ ବାବୁ, ଗଳା ଚିପି କଲେ ହତ୍ୟା

ଦାତିଆ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରୁ ଏକ ଅଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ପୋଲିସ କର୍ମଚାରୀ ୬ ବର୍ଷର ଶିଶୁର ଗଳାକାଟି ହତ୍ୟା କରିଦେଇଛି । ବୁଧବାର ଦିନ ପୋଲିସ କହିଛି ଯେ, ଭୋକିଲା ଶିଶୁ ଜଣଙ୍କ ଜଣେ କନଷ୍ଟେବଳଙ୍କୁ ଟଙ୍କା ମାଗିଥିଲେ । ସେହି କନଷ୍ଟେବଳ ଜଣକ ତାଙ୍କୁ ହତ୍ୟା କରିଛି ।

ପୋଲିସର ସୂଚନା ଅନୁସାରେ ଦାତିଆ ଜିଲ୍ଲାରୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତ କନଷ୍ଟେବଳ ରବି ଶର୍ମାକୁ ଗିରଫ କରାଯାଇଛି । ଦାତିଆ ଜିଲ୍ଲା ପୋଲିସ ଅଧୀକ୍ଷକ ରବି ଶର୍ମାକୁ ଚାକିରୀରୁ ବରଖାସ୍ତ କରିବା ପାଇଁ ଭୋପାଳ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖିଛନ୍ତି ।

ପୋଲିସର ସୂଚନା ଅନୁସାରେ, ୬ ବର୍ଷର ଶିଶୁ ମେ’ ୪ ତାରିଖରେ ନିଖୋଜ ହୋଇଯାଇଥିଲା । ଶିଶୁର ବାପା ଏକ ଛୋଟ ସେଲୁନ କରି ଗୁଜୁରାଣ ମେଣ୍ଟାନ୍ତି । ମେ’ ୫ ତାରିଖରେ ନିଖୋଜ ଶିଶୁର ପରିବାରଲୋକଙ୍କ ଅଭିଯୋଗ ପରେ ଦାତିଆ କୋତୱାଲୀରେ ଅପହରଣ ମାମଲା ରୁଜୁ କରାଯାଇଥିଲା । ସେହିଦିନ ଗ୍ବାଲିୟର ଜିଲ୍ଲାର ଜାନସୀ ରୋଡ୍ ଅଞ୍ଚଳରୁ ଜଣେ ଶିଶୁର ମୃତଦେହ ମିଳିଥିଲା । ସ୍ଥାନୀୟ ପୋଲିସ ମୃତଦେହର ଛାନଭିନ୍ କରିବା ପରେ ତାହା ନିଖୋଜ ଶିଶୁର ବୋଲି ଜଣାପଡିଥିଲା ।

ଅଭିଯୁକ୍ତ କନଷ୍ଟେବଳ ଜଣକ ଦାତିଆ ପଞ୍ଚଶୀଳ ନଗରରେ ଡ୍ୟୁଟି କରିବା ସମୟରେ ଶିଶୁଟି ବାରମ୍ବାର ତାଙ୍କୁ ଟଙ୍କା ମାଗିଥିଲା । ତେଣୁ କନଷ୍ଟେବଳ ଜଣଙ୍କ ଚିଡିଯାଇଥିଲେ । ପରେ ସେ ଶିଶୁଟିକୁ କାର୍ ନିକଟକୁ ଆଣି ଗଳା ଚିପି ହତ୍ୟା କରିଥିଲେ । ସେଠାରୁ ଶିଶୁର ଶବକୁ କାର୍‌ରେ ଗ୍ବାଲିୟର ନେଇ ସେଠାରେ ଏକ ଶୂନସାନ ସ୍ଥାନରେ ଫିଙ୍ଗିଦେଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com