ଓଡ଼ିଶା

ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା : ୪ ଜେଟିପିଙ୍କୁ ନୋଟିସ, ଅନ୍ୟ ୨ଜଣଙ୍କୁ ପଚରାଉଚରା

ପୁରୀ : ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣା । ସୁରକ୍ଷାରେ ନିୟୋଜିତ ଜେଟିପି(ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ପଚରାଉଚରା କରୁଛି ପୋଲିସ । ଘଟଣାରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।ସେପଟେ ଅନ୍ୟ ୨ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି ପୋଲିସ । କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ ପୋଲିସର ପଚରାଉଚରା ଜାରି ରହିଛି ।
ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଏହାପରଠାରୁ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଏହି ଘଟଣାରେ ତଦନ୍ତ ପାଇଁ ୫ଜଣିଆ ଟିମ୍‌ ଗଠନ କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com