ଅନ୍ୟାନ୍ୟ
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରିବାର ଓ ସାଂସଦ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ
ମୁମ୍ବାଇ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପରିବାରର ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀଙ୍କ କୋଟି କୋଟି ଟଙ୍କା ଜବତ କରିଛି ଇଡି। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ଇଡି ଏଭଳି ଆକ୍ସନ ନେଇଛି।
୧୦୩୪ କୋଟି ଟଙ୍କା ପାତ୍ରା ଚାଉଳ ଭୂମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୧ କୋଟି ଟଙ୍କା ଜବତ କରିଛି। ଏହି ୧୧ କୋଟିରୁ ପ୍ରବିଣ ରାଉତଙ୍କ ୯ କୋଟିର ସମ୍ପତ୍ତି ରହିଥିବା ବେଳେ ଶବସେନା ନେତା ସଞ୍ଜୟ ରାଉତ ପତ୍ନୀଙ୍କ ୨ କୋଟିର ସମ୍ପତ୍ତି ସାମିଲ ଅଛି। ଇଡିର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସଞ୍ଜୟ ରାଉତ ଟ୍ୱିଟ୍ କରି କହିଛନ୍ତି, ‘ଅସତ୍ୟମେବ ଜୟତେ।’
Enforcement Directorate attached Shiv Sena leader Sanjay Raut’s property in connection with Rs 1,034 crore Patra Chawl land scam case, the agency said.
(File pic) pic.twitter.com/ocaQgh2Jnt
— ANI (@ANI) April 5, 2022