ଅନ୍ୟାନ୍ୟ

ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ଛୁରୀ ଭୁସି ହତ୍ୟା

କର୍ଣ୍ଣାଟକ, ୦୬/୦୭/୨୦୨୨-  ବାସ୍ତୁ ବିଶେଷଜ୍ଞ ଚନ୍ଦ୍ରଶେଖର ଗୁରୁଜୀ ଓରଫ୍ ଚନ୍ଦ୍ରଶେଖର ଅଙ୍ଗାଡିଙ୍କୁ ମଙ୍ଗଳବାର ଦିନ ଦ୍ୱିପହରରେ ଦ ପ୍ରେସିଡେଣ୍ଟ ହୋଟେଲରେ ହତ୍ୟା କରାଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିସିଟିଭି ଫୁଟେଜରେ କଏଦ ଭିଡିଓ ଅନୁସାରେ, ୨ ଯୁବକ ଆସି ତାଙ୍କ ପାଦ ଛୁଇଁବା ପରେ  ଛୁରୀରେ ଆକ୍ରମଣ କରିଥିଲେ । ଏହି ସମୟରେ ହୋଟେଲ କର୍ମଚାରୀ ଉପସ୍ଥିତ ଥିଲେ ବି ସେମାନେ ଭୟରେ ଆକ୍ରମଣକାରୀଙ୍କ ପାଖ ମାଡି ନଥିଲେ । ଛୁରୀ ମାରିବା ପରେ ୨ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ । ସୂଚନା ମିଳିବା ପରେ ପୋଲିସ ଅଙ୍ଗାଡିଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସର କହିବା ମୁତାବକ, ୩ ଦିନ ତଳେ ଚନ୍ଦ୍ରଶେଖରଙ୍କ ପରିବାରର ଜଣେ ଶିଶୁର ମୃତ୍ୟୁ ହୋଇଥିବାରୁ ସେ ହୁବଲୀ ଆସିଥିଲେ । ପୋଲିସ ଏହି ହତ୍ୟାକାଣ୍ଡର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏହି ହତ୍ୟାକାଣ୍ଡକୁ ତୀବ୍ର ନିନ୍ଦା କରିବା ସହ ହତ୍ୟାକାରୀକୁ ଯଥାଶୀଘ୍ର ଗିରଫ କରିବାକୁ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com