ମୁମ୍ବାଇ: ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେଇୟା ହେଲା। ଭାରତକୁ ବି ଆସିଲା କରୋନା ଭୟଙ୍କର ଭୂତାଣକୁ କରୋନା ନୂଆ ଏକ୍ସଇ ଭ୍ୟାରିଏଣ୍ଟ। ମୁମ୍ବାଇରୁ ଦେଶରେ ପ୍ରଥମ ଏକ୍ସଇ ଭ୍ୟାରିଏଣ୍ଟ ଚିହ୍ନଟ ହୋଇଛି।
ଭୟଙ୍କର ଏକ୍ସଇ ଭ୍ୟାରିଏଣ୍ଟ ପ୍ରଥମେ ବ୍ରିଟେନରେ ଚିହ୍ନଟ କରାଯାଇଥିଲା। ଏପର୍ଯ୍ୟନ୍ତ କରୋନାର ଯେତେ ଭ୍ୟାରିଏଣ୍ଟ ବାହାରିଛନ୍ତି ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଅନ୍ୟ ଭ୍ୟାରିଏଣ୍ଟ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏକ୍ସଇ ଓମିକ୍ରନର ସବ୍ ଭ୍ୟାରିଏଣ୍ଟ ବି୧ ବି୨ର ରୂପାନ୍ତିରିତ ରୂପ।