ସ୍ୱାସ୍ଥ୍ୟ

ବ୍ରିଟେନ ଓ ସ୍ଵୀଡେନରେ କରୋନା ସ୍ଥିତି ଅଣାୟତ୍ତ

 ଭୁବନେଶ୍ୱର, ୦୪/୦୧/୨୦୨୩ –   ଚୀନ୍‌ ପରେ ଏବେ ବ୍ରିଟେନ ଓ ସ୍ଵୀଡେନରେ ଅଣାୟତ୍ତ ହୋଇପଡ଼ିଛି କରୋନା । ସ୍ଥିତି ଏପରି ହୋଇଛି ଯେ ହସ୍ପିଟାଲରେ ବେଡ୍‌ ମିଳୁନାହିଁ । ଜରୁରୀ ଚିକିତ୍ସା ନ ମିଳିବାରୁ ପ୍ରତି ସପ୍ତାହରେ ୩୦୦ରୁ ୫୦୦ ଲୋକ ପ୍ରାଣ ହରାଉଛନ୍ତି । ହସ୍ପିଟାଲକୁ ଅମ୍ଳଜାନ ଯୋଗାଣ କମ୍‌ ହୋଇଯାଇଛି ।

ଚିକିତ୍ସା ପାଇଁ ୨୪ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ଏଠାରେ କରୋନା ସଂକ୍ରମଣ ସହିତ ବିପଜ୍ଜନକ ଫ୍ଲୁ ମଧ୍ୟ ବ୍ୟାପିବାରେ ଲାଗିଛି । ନଭେମ୍ବର ତୁଳନାରେ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି ହେବା ରୋଗୀସଂଖ୍ୟା ୩୫୫ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି । ସେହିପରି ସ୍ଵୀଡେନରେ ରୋଗୀସଂଖ୍ୟା ଏତେ ବଢ଼ିଯାଇଛି ଯେ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ୯୯ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com