ସ୍ୱାସ୍ଥ୍ୟ

ଚୀନରେ ଗୋଟିଏ ଦିନରେ ୩୦ ହଜାର କରୋନା ସଂକ୍ରମିତ ଚିହ୍ନଟ

ପୁଣି ସେହି ଚୀନରେ କରଲେଉଟାଇଲାଣି କରୋନା । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବୁଧବାର ଦିନ ଚୀନରେ ୩୧,୪୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ହେଲେ ସବୁଠାରୁ ଭୟାନକ ତଥ୍ୟ ହେଉଛି ବୁଧବାର ଦିନ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୨୭,୫୧୭ ଜଣଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଇନଥିଲା । ଏସବୁ ଭିତରେ ଚୀନ ପୁଣି ପୂର୍ବଭଳି ଲକଡାଉନ, ସାମୁହିକ ପରୀକ୍ଷଣ ଓ ଯାତ୍ରା ପ୍ରତିବନ୍ଧକ ଭଳି କଟକଣା ଲଗାଇବା ଆରମ୍ଭ କରିଛି । ୧୪୦ କୋଟି ଜନସଂଖ୍ୟା ବିଶିଷ୍ଠ ରାଷ୍ଟ୍ର ଚୀନରେ ଗୋଟିଏ ଦିନରେ ୩୦ ହଜାର ସଂକ୍ରମିତ ଚିହ୍ନଟ ହେବା କିଛି ବଡକଥା ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ହେଲେ ଚୀନ ଏତେ ସତର୍କତା ଅବଲମ୍ବନ କରିବା ପରେ ଯଦି ଏତେ ପରିମାଣର ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହେଲେ ଏହା ଆଗକୁ ଉଗ୍ରରୂପ ନେଇପାରେ ବୋଲି ଆଶଂକା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com