ସ୍ୱାସ୍ଥ୍ୟ

୨୪ ଘଣ୍ଟାରେ କରୋନା ସଂକ୍ରମଣ ଦୁଇଗୁଣ

ଭାରତରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ବୃଦ୍ଧି ଘଟିଛି । ମହାରାଷ୍ଟ୍ରରେ ଗତ ମଙ୍ଗଳବାର ଦିନ ୧୫୫ଟି ନୂଆ କେସ୍ ଦେଖିବାକୁ ମିଳିଥିଲା । ସୋମବାର କେସଠାରୁ ଏହି ସଂଖ୍ୟା ଦୁଇଗୁଣ ହୋଇଥିବା ଜଣାପଡ଼ିଛି । ଏଥିସହିତ ମହାମାରୀରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି । ସୋମବାର ଦିନ ମାତ୍ର ୬୧ଟି ମାମଲା ମିଳିଥିବା ବେଳେ କାହାର ଜୀବନ ଯାଇନଥିଲା । ବର୍ତ୍ତର୍ମାନ ସୁଦ୍ଧା ରାଜ୍ୟରେ ମୋଟ ୮୧,୩୮,୬୫୩ ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୭୯,୮୯,୫୬୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଆକ୍ଟିଭ କେସ ୬୬୨ ରହିଥିବା ବେଳେ ପୁଣେରେ ଏହି ସଂଖ୍ୟା ୨୦୬ ରହିଛି । ଏହାପରେ ଦ୍ୱିତୀୟରେ ମୁମ୍ବାଇ ରହିଛି, ସେଠାରେ ୧୪୪ ଜଣ ରୋଗୀ ଠିକ୍ ହୋଇଥିବା ବେଳେ ଠାଣେରେ ୯୮ ଆକ୍ଟିଭ୍ କେସ୍ ମିଳିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫,୧୬୬ କରୋନା ଟେଷ୍ଟ କରାଯାଇଥିବା ବେଳେ ରିକଭରୀ ହାର ୯୮.୧୭ ପ୍ରତିଶତ ରହିଛି । ସେହିପରି ମୃତ୍ୟୁ ଦର ୧.୮୨ ପ୍ରତିଶତ ରହିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com