ସ୍ୱାସ୍ଥ୍ୟ

ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଦେଶରେ ଓମିକ୍ରନର ବିଏଫ୍.୭ ପ୍ରଜାତି ଚିହ୍ନଟ ହେବା ପରେ ଆକ୍ସନରେ ସରକାର । ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିବେ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ ।
ଦେଶରେ ଦେଖା ଦେଇଥିବା ନୂଆ ଭାରିଆଂଟ ନେଇ ମୋଦୀ ଆଲୋଚନା କରିବେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦେଶରେ କରୋନା ସ୍ଥିତର ସମୀକ୍ଷା କରିଥିଲେ । ସେହିପରି ଆଜି ଅନେକ ରାଜ୍ୟ ସରକାର କରୋନା ସ୍ଥିତି ନେଇ ବୈଠକ କରୁଛନ୍ତି । ଦିଲ୍ଲୀ, ଉତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ବୈଠକ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com