ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ୫,୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ  ; ୭-୯  ଗତ ୨୪ ଘଣ୍ଟା ମଧ୍ୟରେ ୫,୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୫୦,୫୯୪ କୁ ହ୍ରାସ ପାଇଛି । ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୧୧%  । ସମଗ୍ର ଦେଶରେ ସମୁଦାୟ ୪,୩୮,୯୩,୫୯୦ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭,୦୯୪ ରୋଗୀ ସୁସ୍ଥ ହୋଇଛନ୍ତି । ଆରୋଗ୍ୟ ହାର ୯୮.୭୦% କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୪୪,୭୨,୨୪୧ କୁ ବୃଦ୍ଧି ପାଇଛି । ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୭୪୨ ଜଣ । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୦୫୭ କୁ ବୃଦ୍ଧି ପାଇଛି । ସକ୍ରୀୟ ଆକ୍ରାନ୍ତ ୦.୧୧% ଆରୋଗ୍ୟ ହୋଇଛନ୍ତି । ଦେଶରେ ମୋଟ ଟିକାକରଣ ୨, ୧୩, ୭୨, ୬୮, ୬୧୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୯, ୯୩, ୬୭୦ ।

Related Articles

Back to top button
WP Twitter Auto Publish Powered By : XYZScripts.com