ସ୍ୱାସ୍ଥ୍ୟ

ହଂକଂ ରେ କରୋନା ଆତଙ୍କ: ଶବ ପାଇଁ କମ ପଡ଼ୁଛି କଫିନ୍

ହଂକଂ : କରୋନା ଯୋଗୁଁ ହଂକଂ ରେ ଭୟାବହ ସ୍ଥିତି ଉପୁଜିଛି । ଦିନକୁ ଦିନ ଏଠାରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବୁଧବାର କରୋନା ଭାଇରସରେ ମୃତକଙ୍କ ଶବକୁ ରେଫ୍ରିଜରେଟେଡ ଶିପିଂ କଣ୍ଟେନରରେ ରଖିବାକୁ ପଡ଼ିଥିଲା କାରଣ ଏଠାରେ ଶବ ରଖିବା କଫିନ ଶେଷ ହୋଇଯାଇଛି ଏବଂ ସରକାର କଫିନ ଯୋଗାଡ଼ ପାଇଁ ଚେଷ୍ଟା କରୁଛନ୍ତି ।
କରୋନା ଭାଇରସ ସଂକ୍ରମଣ ଏବଂ ଏହାଦ୍ୱାରା ହେଉଥିବା ମୃତ୍ୟୁ ସଂଖ୍ୟା ଆଶ୍ଚର୍ଯ୍ୟକର ରହିଛି । ଗତ ତିନି ମାସରେ ଯେତେବେଳେ ସଂକ୍ରମଣ ହାର କମ ଦେଖାଯାଉଥିବାବେଳେ, ହଂକଂ ରେ ପ୍ରାୟ ଦଶ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ୪,୬୦୦ ରୁ ଅଧିକ ମୃତ୍ୟୁ ହୋଇଛି । ହଂକଂର ଜଣେ ନେତା କହିଛନ୍ତି ଯେ ବଡ଼ ସିପମେଣ୍ଟ ସାହାଯ୍ୟରେ ଆହୁରି କଫିନ ମଗାଯାଇଛି । ମୁର୍ଦଗୃହ ଏବଂ ଶ୍ମଶାନ ମଧ୍ୟ ପୂର୍ଣ୍ଣ କ୍ଷମତାରେ ଦିନ ରାତି କାମ କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com