ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଓ୍ୱାଇ ଫାଇ ପାଇଁ ପରିବାର ଲୋକଙ୍କ ଜୀବନ ନେଇଗଲା ପୁଅ, ମୃତଦେହ ସହ ୩ ଦିନ ବନ୍ଦ ଘରେ ରହିଲା

ମାଦ୍ରିଦ୍ () ଇଣ୍ଟରନେଟ ପାଇଁ ଚାଲିଗଲା ନୀରିହ ଜୀବନ । ଘରେ ମାଆ ଓ୍ୱାଇ ଫାଇ କନେକ୍ସନ କାଟିଦେବାରୁ ପରିବାର ସଦସ୍ୟଙ୍କୁ ଗୁଳି କରି ହତ୍ୟା କରିଛି ପୁଅ । ସ୍ପେନରେ ଘଟିଛି ଏହି ଘଟଣା । ସାମାନ୍ୟ ଓ୍ୱାଇ ଫାଇ କନେକସନ ପାଇଁ ମାଆ, ବାପା ଓ ସାନଭାଇକୁ ଗୁଳିକରି ହତ୍ୟାକରିଛି । ସେତିକି ନୁହେଁ ସେମାନଙ୍କ ମୃତଦେହ ସହ ୩ ଦିନ ଘରେ ବନ୍ଦ ରହିଥିଲା ।
ସୂଚନା ଥାଉକି, ଘଟଣା ପରେ ଅଭିଯୁକ୍ତ ନାବାଳକକୁ ପୋଲିସ ଗିରଫ କରିଛି । ସ୍ପେନର ଏଲ୍‌ଶ ସହରରେ ଏହି ହତ୍ୟାକାଣ୍ଡ ଘଟାଇଥିବା ନାବାଳକ ନିଜ ଅପରାଧ ସ୍ୱୀକାର କରିଛି । ଘଟଣା ଅନୁୟାୟୀ ସ୍କୁଲରେ ଖରାପ ମାର୍କ ଆଣିବା ସହ ଘର କାମରେ ସାହାଯ୍ୟ କରୁନଥିଲା ପିଲାଟି ।
ଶେଷରେ ବାଧ୍ୟ ହୋଇ ମାଆ ଘରର ୱାଇ-ଫାଇ କନେକ୍ସନ୍ କାଟି ଦେଇଥିଲେ । ଏଥିରେ ରାଗିଯାଇ ପିଲାଟି ତାର ମା, ବାପା ଏବଂ ୧୦ ବର୍ଷର ଭାଇକୁ ଗୁଳି କରି ହତ୍ୟା କରିଥିଲା । ସେ ମୃତଦେହ ସହିତ ତିନି ଦିନ ଧରି ଘରେ ରହିଥିଲା ଏବଂ ପରେ ଘଟଣା ସମ୍ପର୍କରେ ସମ୍ପର୍କୀୟଙ୍କୁ ଜଣାଇଥିଲା । ବର୍ତ୍ତମାନ ସେ ଜେଲରେ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com