ଓଡ଼ିଶା

ରମାଦେବୀରୁ ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ : ହଷ୍ଟେଲରୁ ରୁମ୍‌ରୁ ମିଳିଲା ଚିଠି, ଭଏସ ରେକର୍ଡିଂ, ମେମୋରି ଚିପ୍‌

ଭୁବନେଶ୍ୱର : ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ। ଏହି ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି । ତେବେ ପୋଲିସ ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି, ଭଏସ ରେକର୍ଡିଂ ମେମୋରି ଚିପ୍ ଜବତ କରିଛି । ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଖବର ଅନୁଯାୟୀ, ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ବିଶ୍ୱବିଦ୍ୟାଳୟକୁ ଆସନ୍ତି ଓ କ୍ଲାସ ସରିବା ପରେ ଘରକୁ ଫେରନ୍ତି । ମାତ୍ର ସୋମବାର ଦିନ କ୍ଲାସ କରିବାକୁ ଆସି ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଛାତ୍ରୀ ଦୁଇଜଣ ଗଲେ କୁଆଡ଼େ? ଏ ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି ।

Related Articles

Back to top button
WP Twitter Auto Publish Powered By : XYZScripts.com