ସ୍ୱାସ୍ଥ୍ୟ

ଜାନୁଆରୀ ୨୮ରୁ ଆରମ୍ଭ ହେବ ଖଣ୍ଡଗିରି ମେଳା

    ଭୁବନେଶ୍ୱର, ୨୧/୦୧/୨୦୨୩ –   ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ ଭୁବନେଶ୍ୱରର ପ୍ରସିଦ୍ଧ ଖଣ୍ଡଗିରି ମେଳା । ଚଳିତ ଥର ମେଳା ୧୦ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ – BMC ତରଫରୁ SOP ଜାରି କରାଯାଇଛି । ସମ୍ଭାବ୍ୟ କରୋନା ଲହରକୁ  ଆଖି ଆଗରେ ରଖି ସମସ୍ତେ ଏହି SOP ପାଳନ କରିବାକୁ BMC ନିର୍ଦ୍ଦେଶ ଦେଇଛି ।

ଯାତ୍ରା ଦଳର ସମସ୍ତେ କୋଭିଡ୍ ନିମୟ ମାନି ଯାତ୍ରା ପରିବେଷଣ କରିବେ । ଏହାସହ ନାଟକ ପେଣ୍ଟାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ । ସମସ୍ତ ଅଫିସର, ମେମ୍ବର ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ SOPରେ ଉଲ୍ଲେଖ ରହିଛି । ସେହିପରି ଆୟୋଜକ କମିଟି ନାଟକର ଶବ୍ଦ ଉପରେ ମଧ୍ୟ ନଜର ରଖିବା ସହିତ ଯାତ୍ରା ଆୟୋଜକ କମିଟି ପକ୍ଷରୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com