ସ୍ୱାସ୍ଥ୍ୟ

୮ ହଜାର ୨୦୯କୁ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ() ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି । ଏହାରି ଭିତରେ ଦେଶରେ ୨୯ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ ପଶି ତା’ର କାୟା ବିସ୍ତାର କରିବାରେ ସଫଳ ହୋଇଛି । ଦେଶରେ ୮ହଜାର ପାର୍ କରିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ୨ହଜାର ୭୨୧ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୨୦୯କୁ ଛୁଇଁଛି ।

ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦ ପାର୍ କରିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୮ରେ ପହଞ୍ଚିଛି । ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୪୯, ପଶ୍ଚିମବଙ୍ଗରେ ୧୬୭୨, ରାଜସ୍ଥାନରେ ୧୨୭୬, କେରଳରେ ୫୩୬, କର୍ଣ୍ଣାଟକରେ ୫୪୮, ଉତ୍ତର ପ୍ରଦେଶରେ ୨୭୫, ତେଲେଙ୍ଗାନାରେ ୨୬୦, ଗୁଜୁରାଟରେ ୨୩୬, ତାମିଲନାଡୁରେ ୨୪୧, ହରିଆଣାରେ ୧୬୯, ଓଡିଶାରେ ୨୦୧ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି ।

ଆନ୍ଧ୍ରପ୍ରଦେଶରେ ୧୫୫, ପଞ୍ଜାବରେ ୬୧, ବିହାରରେ ୨୭, ମେଘାଳୟରେ ୭୫,ଜମ୍ମୁ କାଶ୍ମୀରରେ ୨୩, ଗୋଆରେ ୨୧, ଝାଡଖଣ୍ଡରେ ୧୪, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୯୩, ଛତିଶଗଡରେ ୮, ଚଣ୍ଡିଗଡରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ଲଦାଖରେ ୨, ହିମାଚଳପ୍ରଦେଶରେ ୧ ଓ ମଣିପୁରରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏଥି ମଧ୍ୟରୁ ୩ହଜାର ୧୦୯ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ହଜାର ୧୦୦ଜଣ ଚିକିତ୍ସିତ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com