Featuredଜାତୀୟସ୍ୱାସ୍ଥ୍ୟ

ବିଶ୍ୱବ୍ୟାପୀ ଲୁଣ ଖାଇବା କମ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଯାନ

ଅଧିକ ଲୁଣ ଖାଉଥିଲେ ସାବଧାନ ହୋଇଯାଆନ୍ତୁ । ଲୁଣରେ ଥିବା ସୋଡିୟମର ଅଧିକ ମାତ୍ରାଧିକ ବ୍ୟବାହର ହୃଦଘାତ ଓ ହୃତପିଣ୍ଡ ସଂପର୍କିତ ରୋଗ ସହ ବହୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାକୁ ଡାକି ଆଣିପାରେ । ଏପରିକି ସୋଡିୟମର ଅଧିକ ସେବନ କରିବା ଅର୍ଥ ହେଉଛି ପ୍ରିମେଚ୍ୟୁର ଡେଥ ଓ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିବା । ଏଭଳି ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଘରେ ବ୍ୟବହାର ହେଉଥିବା ଲୁଣର ମାତ୍ରା ୩୦ ପ୍ରତିଶତ କମ କରିବା ପାଇଁ ବିଶ୍ୱବାସୀଙ୍କୁ ଡବ୍ଲୁଏଚଓ ଅପିଲ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ରିପୋର୍ଟରେ ଉଲ୍ଲେଖ କରିଛି, ସୋଡିୟମ ଶରୀର ପାଇଁ ଏକ ଅତି ଆବଶ୍ୟକ ପୋଷକ ତତ୍ୱ । ହେଲେ ଏହାର ମାତ୍ରାଧିକ ସେବନ ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇପାରେ । ଆମେ ଦୈନିକ ଯେତେ ଲୁଣ ଖାଇବା କଥା ତାର ଦୁଇ ଗୁଣ ଲୁଣ ଖାଉଛୁ । ଡବ୍ଲୁଏଚଓ ଅନୁସାରେ ଆମେଦୈନିକ ୧୦ ଦଶମିକ ୮ ଗ୍ରାମ ଲୁଣ ଖାଉଥିଲା ବେଳେ ପ୍ରତ୍ୟେକ ମଣିଷର ସ୍ୱାସ୍ଥ୍ୟ ପାଇଁ ମାତ୍ର ୫ ଗ୍ରାମ ଲୁଣ ଯଥେଷ୍ଟ । ଲୁଣର ବ୍ୟବହାରକୁ ନିୟନ୍ତ୍ରିତ କଲେ ଆଗାମୀ ୭ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ସାରା ବିଶ୍ୱରେ ୭ ମିଲିୟନ ଲୋକଙ୍କ ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ଡବ୍ଲୁଏଚଓ କହିଛି । ବର୍ତମାନ ସୁଦ୍ଧା ବ୍ରାଜିଲ, ସାଉଦି ଆରବ, ମେକ୍ସିକୋ, ସ୍ପେନ, ଉରୁଗୁଏ, ଚିଲି ଭଳି ହାତ ଗଣତି କିଛି ରାଷ୍ଟ୍ର ଲୁଣର ଅଧିକ ବ୍ୟବହାର ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଏହି ଅଭିଯାନରେ ଭାରତ ବର୍ତମାନ ସୁଦ୍ଧା ସାମିଲ ହୋଇନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com