Featuredଓଡ଼ିଶା

ଆଜି ଅଁଳା ନବମୀ,ଚଳଚଞ୍ଚଳ ଶ୍ରୀ ଗୋପାଳ ଜୀଉଙ୍କ ମନ୍ଦିର

ଆଜି ପବିତ୍ର ଅଁଳା ନବମୀ। କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ଉତ୍ସବମୁଖର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ଶ୍ରୀ ଗୋପାଳଜୀଉଙ୍କ ପୀଠ ।  ନବମୀରେ ଶ୍ରଦ୍ଧାଳୁମାନେ ଅଁଳା ଗଛକୁ ପୂଜାର୍ଚ୍ଚନା କରିବା ସହିତ ରାଧାପାଦ ଦର୍ଶନ କରିବେ ।ଶ୍ରୀରାଧାପାଦ ଦର୍ଶନ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଭକ୍ତ ଏବଂ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କ ଦର୍ଶନ କରିପାରିବେ କିନ୍ତୁ ପାଦ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ସାକ୍ଷୀଗୋପାଳରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରିଛି ପ୍ରଶାସନ । ନିୟୋଜିତ ହୋଇଛନ୍ତି ୩ ଜଣ ଅତିରିକ୍ତ SP, ୮ ଜଣ DSP, ୧୮ଜଣ ଇନସ୍ପେକ୍ଚର, ୭୪ଜଣ ASI, ଶହେ ଜଣ ହାବିଲଦାର ଓ କନେଷ୍ଟବଳ । ୨୦ ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com