ସ୍ୱାସ୍ଥ୍ୟ

କ୍ରିକେଟର ବିନୋଦ କାମ୍ବଲୀ ଏବେ ଆର୍ଥିକ ସମସ୍ୟାରେ

ନୂଆଦିଲ୍ଲୀ, ୧୭/୦୮/୨୦୨୨-   ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀ ଏବେ ଆର୍ଥିକ ସମସ୍ୟାରେ । ଏବେ ସେ କେବଳ ବିସିସିଆଇ ଦ୍ୱାରା ଦିଆଯାଉଥିବା ମାସିକ ୩୦ ହଜାର ଟଙ୍କାର ନିଜ ପରିବାର ଚଳାଉଛନ୍ତି । କାମ୍ବଲୀ କହିଛନ୍ତି ଯେ,  ସଚିନ ତେନ୍ଦୁଲକର ତାଙ୍କ ଆର୍ଥିକ ସମସ୍ୟା ସଂପର୍କରେ ସବୁ ଜାଣିଛନ୍ତି । ହେଲେ ସଚିନଙ୍କ ଠାରୁ କିଛି ସାହାଯ୍ୟ ଆଶା କରିନାହାଁନ୍ତି । କାରଣ ପୂର୍ବରୁ ସଚିନ ତାଙ୍କୁ ଅନେକଥର ସାହାଯ୍ୟ କରିଛନ୍ତି । କାମ୍ବଲୀ ଶେଷଥର ପାଇଁ ୨୦୧୯ ମସିହାରେ ଏକ ଟିମର କୋଚର ଥିଲେ । ସେତେବେଳେ ସେ ଟି-୨୦ ଲିଗରେ ମୁମ୍ବାଇ ଟିମ୍ ସହ ଯୋଡି ହୋଇଥିଲେ । ଏହା ବ୍ୟତୀତ ସେ ତେନ୍ଦୁଲକର ମିଡିଲସେକ୍ସ ଗ୍ଲେସବାଲ ଏକାଡେମୀରେ ଟ୍ରେନିଂ ଦେଉଥିଲେ । ହେଲେ କରୋନା ସବୁକିଛି ବଦଳାଇ ଦେଲା । ଏହା ତାଙ୍କଘର ଠାରୁ ଅନେକ ଦୂରରେ ହୋଇଥିବାରୁ ସେ ଏହି ଚାକିରି ଛାଡି ଦେଇଛନ୍ତି । କାମ୍ବଲୀ ଭାରତ ପାଇଁ ମୋଟ ୧୦୪ ଟି ଏକଦିବସୀୟ ଏବଂ ୧୭ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com