ସ୍ୱାସ୍ଥ୍ୟ

ଚୀନ୍‌ର ୨୭ ସହରରେ ଲକ୍‌ଡାଉନ୍, ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ ଲାଗିଲା ରୋକ୍

ବେଜିଂ() ଚୀନ୍‌ରେ କରୋନା ମହାମାରୀକୁ ନେଇ ସରକାରଙ୍କ ଜିରୋ କୋଭିଡ୍ ପଲିସି କାରଣରୁ ହାହାକାର ସୃଷ୍ଟି ହୋଇଛି । ଜିରୋ କୋଭିଡ୍ ପଲିସି କାରଣରୁ ଅଳ୍ପ କିଛି ମାମଲା ସାମ୍ନାକୁ ଆସିବା ପରେ କୋଟି କୋଟି ଜନସଂଖ୍ୟା ବିଶିଷ୍ଟ ସହରକୁ ତୁରନ୍ତ ଲକ୍‌ଡାଉନ୍ କରିଦିଆଯାଉଛି । ବର୍ତ୍ତମାନ ଚୀନ୍‌ର ୨୭ ସହରରେ ଲକ୍‌ଡାଉନ୍ ଲାଗୁ ହୋଇସାରିଲାଣି । ଏହି ସହରରେ ରହୁଥିବା ୧୬.୫ କୋଟି ଲୋକ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ।

ଚୀନ୍‌ର ଆର୍ଥିକ ସହ ସାଂଘାଇ ଏବଂ ରାଜନୈତିକ ସହର ବେଜିଂର ସ୍ଥିତି ଭୟଙ୍କର ହୋଇଛି । ଏଠାରେ ସପ୍ତାହରେ ୩ଥର ଲୋକଙ୍କର ପରୀକ୍ଷଣ କରାଯାଉଛି । ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଟ ଚୀନ୍‌ର ବେଜିଂରେ ସମସ୍ତ ସ୍କୁଲ ବନ୍ଦ କରିଦିଆଯାଇଛି । ବିବାହ ଏବଂ ଅନ୍ତିମ ସଂସ୍କାର ଉପରେ ରୋକ୍ ଲଗାଇ ଦିଆଯାଇଛି ।

ମହାମାରୀ ସମୟରେ ଚୀନ୍ ଜିରୋ କୋଭିଡ୍ ନୀତି ଅବଲମ୍ବନ କରୁଛି । ଏହାଦ୍ବାରା ଭାଇରସ୍‌କୁ ରୋକିବାରେ ଲକ୍‌ଡାଉନ୍, ମାସ୍ ଟେଷ୍ଟିଂ, କ୍ବାରେଣ୍ଟାଇନ୍ ଏବଂ ସୀମା ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ମାତ୍ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଯୋଗୁଁ ବଢୁଥିବା ମାମଲା ଚୀନ୍‌ର ଏହି ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କରୋନା ଭାଇରସ୍ ଚୀନ୍‌ର ଭିନ୍ନ ଭିନ୍ନ ସହରରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏମିତିରେ ଚୀନ୍‌ର ଜିରୋ କୋଭିଡ୍ ପଲିସି ପ୍ରତିବନ୍ଧକର ପ୍ରଭାବ ଦେଖିବାକୁ ମିଳୁନାହିଁ । ଏହି ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଭୋକରେ ମରିବାକୁ ବାଧ୍ୟ ହେଉଛନ୍ତି ।

ସିଏନଏନର ରିପୋର୍ଟ ଅନୁସାରେ ଚୀନ୍ ଦେଶବ୍ୟାପୀ ଅତି କମ୍‌ରେ ୨୭ ଶହରରେ ସମ୍ପୂର୍ଣ୍ଣ ଅଥବା ଆଂଶିକ ଲକ୍‌ଡାଉନ୍ ଲଗାଇ ସାରିଛି । ଏମିତିରେ ଏହି ପ୍ରତିବନ୍ଧକ କବଳରେ ୧୬.୫ କୋଟି ଲୋକ ଅଛନ୍ତି । ଏମାନଙ୍କୁ ଘରୁ ବାହାରିବାକୁ ଦିଆଯାଉନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com