ବିଜ୍ଞାନ ଓ ପ୍ରଯୁକ୍ତି

ଖାରକିଭ୍ ରେ ରୁଷ ବର୍ଷାଇଲା ଶହ ଶହ ବୋମା, ଶିଶୁ ସମେତ ୮ ମୃତ

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଘନଘନ ବୈଠକ ଓ ଆଲୋଚନା-ପର୍ଯ୍ୟାଲୋଚନା ପରେ ବି ରୁଷ ସେନା ଆକ୍ରମଣ ଜାରି ରଖିଛନ୍ତି । ୟୁକ୍ରେନର ସ୍ଥିତି ବର୍ତ୍ତମାନ ଶୋଚନୀୟ ହେବାରେ ଲାଗିଛି । ହୃଦୟଥରା ଭିଡିଓ ଓ ଛବି ସବୁ ସାମନାକୁ ଆସୁଛି । ନାଗରିକ ମାନେ ପ୍ରାଣ ଭୟରେ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ଏହା ଭିତରେ ଗତକାଲି ଠାରୁ ଖାରକିଭ୍ ଉପରେ ରୁଷ ଅହରହ ଆକ୍ରମଣ କରିଚାଲିଛି ।
ଖାରକିଭ୍ ଉପରେ ଲଗାତର ଗୁଳିମାଡ଼, ମିସାଇଲ୍ ବର୍ଷା କରିବାରେ ଲାଗିଛି । ଏହି କାରଣରୁ ୩ଟି ସ୍କୁଲ୍ ଧ୍ୱଂସ ହୋଇଯାଇଛି । ଯାହାଫଳରେ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନାଯୋଗ୍ୟ, ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ନେବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି ଭାରତ ସରକାର । ଏଥିପାଇଁ ବାୟୁସେନାଙ୍କର ମଧ୍ୟ ସହାୟତା ନିଆଯାଇଛି । ତେବେ ଏହାରି ଭିତରେ ଭାରତ ସରକାର ରୁଷ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା କରିଛି ।
ଖାରକିଭ୍ ରେ ଫସିଥିବା ଭାରତୀୟଙ୍କୁ ବାହାର କରିବା ପାଇଁ ରୁଷ ୬ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ରୋକିବାକୁ ରାଜି ହୋଇଯାଇଛି । ତେବେ ଏହି ବୁଝାମଣା କେବଳ ଭାରତୀୟଙ୍କୁ ଖାରକିଭ୍ ରୁ ବାହାରକୁ ଆଣି ୟୁକ୍ରେନ ସୀମାନ୍ତ ଦେଶ ଗୁଡ଼ିକର ବୋର୍ଡର୍ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com