ନୂଆଦିଲ୍ଲୀ() କିଛିଦିନ ତଳେ ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ଉପରେ ଆକ୍ରମଣ କରି ଧରାପଡ଼ିଥିବା ଆଇଆଇଟି ଛାତ୍ର ଅହମଦ ମୁର୍ତାଜା ଅବ୍ବାସୀ ଆକ୍ରମଣ ସମ୍ପର୍କରେ ମୁହଁ ଖୋଲିଛି। ଜଣେ ଆଇଆଇଟି ଛାତ୍ର ହୋଇ ବି ହଠାତ୍ କାହିଁକି ସେ ଏମିତି ହିଂସା ପଥ ଅନୁସରଣ କଲା, ତାହା ବି ସେ ପୁଲିସ ଆଗରେ ମାନିଛି।
ଉତ୍ତରେ ପ୍ରଦେଶ ପୁଲିସ ଅନୁସାରେ, ମୁସଲମାନଙ୍କ ବିରୋଧରେ ଅତ୍ୟାଚାର ହେଉଥିବା ଅଭିଯୋଗ କରି ଆବ୍ବାସୀ ମନରେ ହିଂସା ଜାଗ୍ରତ ହୋଇଥିଲା ଓ ସେ ମନ୍ଦିର ଭାଙ୍ଗିବାକୁ ଆସିଥିଲା ବୋଲି ୟୁପି ପୁଲିସ କହିଛି। ତା ସହିତ କେନ୍ଦ୍ର ସରକାରଙ୍କର ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟକୁ ସେ ବିରୋଧ କରୁଥିବା ଆବ୍ବାସୀ ପୁଲିସ୍ ଆଗରେ ମାନିଛି।
ଆଇଆଇଟି ଗ୍ରାଜୁଏଟ୍ ଆବ୍ବାସୀ ଏପ୍ରିଲ ୩ ତାରିଖରେ ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ଉପରକୁ ଆକ୍ରମଣ କରିବାକୁ ଚାହିଁଥିଲା। ହେଲେ ମନ୍ଦିରର ମୁତୟନ ହୋଇଥିବା ଦୁଇ କନଷ୍ଟେବଲଙ୍କ ଉପରେ ଆକ୍ରମଣ ଖସିଯାଉଥିବା ବେଳେ ଧରାପଡ଼ିଥିଲା। ସୂଚନା ଥାଉକି, ଏହି ଗୋରଖନାଥ ମନ୍ଦିରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୁଖ୍ୟ ପୂଜକ ଓ ମହନ୍ତ ମଧ୍ୟ।
ଅବ୍ବାସୀ ପୁଲିସ ଆଗରେ ଦୋଷ ସ୍ୱୀକାର କରିବା ସହିତ କହିଛି “ଅପରାଧ କରିବା ପୂର୍ବରୁ ଏ ବିଷୟରେ ମୁଁ ପ୍ରଥମେ ବିଭିନ୍ନ ଦିଗରୁ ଭାବିଥିଲି। ସେମାନେ(ସରକାର) ମୁସ୍ଲିମଙ୍କ ବିରୋଧରେ ସିଏଏ ଓ ଏନ୍ଆର୍ସି ଆଣିଲେ। କର୍ଣ୍ଣାଟକରେ ମୁସଲମାନ ବସ୍ତ୍ର ପିନ୍ଧିବାକୁ ଭୁଲ୍ କୁହାଗଲା। ହେଲେ ଏ ବିଷୟରେ କେହି କିଛି କଲେ ନାହିଁ। କିନ୍ତୁ କାହାକୁ ନା କାହାକୁ କିଛି କରିବାର ଥିଲା। ତେଣୁ ମୁଁ ଭାବିଲି ମୁଁ ଯାହା କରିଛି ଠିକ୍ କରିଛି।” ଏସବୁ ଘଟଣା ତାକୁ ବହୁତ ବିବ୍ରତ କରୁଥିଲା ଓ ସେ ଠିକ୍ରେ ଶୋଇପାରୁ ନଥିଲା ବୋଲି ଆବ୍ବାସୀ କହିଛି।
ଅବ୍ବାସୀର ବୟାନ ପରେ ଉତ୍ତର ପ୍ରଦେଶ ପୁଲିସ କହିଛି ଯେ ଏସବୁ ଘଟଣା ଅବ୍ବାସୀ ମନର ଏମିତି ଚରପନ୍ଥୀ ମନଭାବ ପୋଷଣା କରିଥିଲା ଯେ ସେ ନିଜ ଅପରାଧ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲା ବୋଲି ୟୁପି ପୁଲିସ କହିଛି।