ଜାତୀୟରାଜନୀତି

ସୋନିଆଙ୍କୁ ଭେଟିଲେ ଶଶି ଥରୁର

ନୂଆଦିଲ୍ଲୀ, ୧୯/୦୯/୨୦୨୨ –   ଆଗକୁ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଥିବାବେଳେ ଦଳର ବରିଷ୍ଠ ନେତା ଶଶି ଥରୁର ସୋମବାର ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ସେପ୍ଟେମ୍ବର ୨୨ରେ ନୋଟିସ ଜାରିହେବ । ସେହିଭଳି ନାମାଙ୍କନ ପ୍ରକ୍ରିୟା ୨୪ରୁ ୩୦ ତାରିଖ ମଧ୍ୟରେ ଶେଷ ହେବ । ଲୋକସଭାର ସଦସ୍ୟ ଶଶି ସୋନିଆଙ୍କୁ ଏହିଭଳି ସମୟରେ ଭେଟୁଛନ୍ତି ଯେ ସଙ୍କେତ ମିଳୁଛି  ସେ ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି । ଏହି ସାକ୍ଷାତର କାରଣ କଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯଦି ଗୋଟିଏରୁ ଅଧିକ ପ୍ରାର୍ଥୀ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିବେ ତେବେ ଅକ୍ଟୋବର ୧୭ ତାରିଖରେ ମତଦାନ ହେବ । ୧୯ ଅକ୍ଟୋବରରେ ସଭାପତି ନିର୍ବାଚନର ଫଳ ଘୋଷଣା ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com