ଓଡ଼ିଶା
ଡିଲ୍ ବେଳେ ମାଡି ବସିଲା ବନବିଭାଗ, ୭ ଗିରଫ

କରଞ୍ଜିଆ() ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ରେଡ୍। ୭ ଜଣଙ୍କୁ ଧରିଲା ବନ ବିଭାଗ। ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ଏହି ରେଡ୍ ହୋଇଛି। ଚଢ଼ାଉ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ। ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ମଧ୍ୟପ୍ରଦେଶସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅଧିକାରୀ କୌଣସି ସୂତ୍ରରୁ ଖବରପାଇ ଏହି ଚଢ଼ାଉ କରିଥିଲେ। ଚମଡ଼ା କାରବାର ପାଇଁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।