ଓଡ଼ିଶା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆଜିଠାରୁ ଆବେଦନ, ପ୍ଲେଟ୍ ନଲଗାଇଲେ କଟିବ ଚାଲାଣ

ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପଡ଼ିବ । ନହେଲେ ୫ ରୁ ୧୦ ହଜାର ଟଙ୍କା ପର‌୍ୟ୍ୟନ୍ତ ଇ-ଚାଲାଣ କଟାଯିବ । ଏଥିନେଇ ବୁଧବାରଠାରୁ ଅନ୍‌ଲାଇନରେ ଆବେଦନ କରିହେବ । ନମ୍ବର ପ୍ଲେଟ୍ ପାଇବା ଲାଗି SIAM(Society of Indian Automobile Manufacturers) ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ। ଏହାପରେ ବୁକ୍ HSRP( High Security Registration Plates) ବଟନ୍‌ରେ କ୍ଲିକ୍ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଆବେଦନ କରିବାକୁ ପଡ଼ିବ। ଏଥିପାଇଁ ଗାଡ଼ିର ବୈଧ ପଞ୍ଜୀକରଣ ପ୍ରମାଣପତ୍ର, ଫିଟ୍‌ନେସ୍ ସାର୍ଟିଫିକେଟ୍ ଥିବା ଜରୁରୀ । ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ ବୋଲି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ସ୍ପଷ୍ଟ କରିଛନ୍ତି। ୨୦୧୯ ଏପ୍ରିଲ ୧ ପର ଠାରୁ ଯେଉଁ ସବୁ ଯାନବାହନ ବିକ୍ରି ହେଉଛି , ସେଗୁଡ଼ିକ ଶୋରୁମ୍‌ରୁ ହିଁ HSRP ନମ୍ବର ପ୍ଲେଟ୍ ଲାଗି ଆସୁଛି। କିନ୍ତୁ ତା’ ପୂର୍ବରୁ ଥିବା ସବୁ ଯାନବାହନ ପାଇଁ ଏବେ HSRPକୁ ବାଧ୍ୟତାମୂଳକ କରାଯାଇଛି। ଏବେ ରାଜ୍ୟରେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ପ୍ରାୟ ୪୦ରୁ ୪୫ ଲକ୍ଷ ଯାନବାହନ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com