ଜାତୀୟରାଜନୀତି

ବିଧାନସଭା ନିର୍ବାଚନ-୨୦୨୨: ରାଜ୍ୟରେ କଂଗ୍ରେସର ସ୍ଥିତି ଆକଳନ ଲାଗି ଗୁଜରାଟ ପହଞ୍ଚିଲେ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଟିମ୍‌

ଗାନ୍ଧିନଗର() ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ସ୍ଥିତି ସମୀକ୍ଷା ଲାଗି ଗୁରୁବାର ଗୁଜରାଟ ପହଞ୍ଚିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଟିମ୍‌। ତେବେ ପ୍ରଶାନ୍ତ କଂଗ୍ରେସରେ ସାମିଲ ହେବେ କି ନା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସଂକେତ ଦେଇ ନାହାନ୍ତି। ତେବେ କଂଗ୍ରେସ ନେତୃତ୍ୱ ଗୁଜରାଟ ଲାଗି କାମ କରିବା ନିମନ୍ତେ ପ୍ରଶାନ୍ତଙ୍କ ସହ ୨ଟି ପର୍ଯ୍ୟାୟରେ ଆଲୋଚନା କରିବା ପରେ ସେ ତାଙ୍କ ଟିମ୍‌କୁ ପଠାଇଥିବା ଜଣାପଡିଛି।

ଗୁଜରାଟ କଂଗ୍ରେସ ୧୯୮୯ ପରଠାରୁ ଦ୍ୱିତୀୟବାର କ୍ଷମତା ଦଖଲ କରି ନାହିଁ। ତେବେ ନିର୍ବାଚନରେ ଜିତିବା ଲାଗି ନୁହେଁ ଗୁଜରାଟ କଂଗ୍ରେସ ପ୍ରଶାନ୍ତଙ୍କୁ ସାଥୀରେ ରଖିବା ଲାଗି ବିଚାର କରୁଥିବା ଜଣାପଡିଛି। ଏ ବାବଦେ କେନ୍ଦ୍ରୀୟ ନେତୃତ୍ୱ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଗତ ଦୁଇ ସପ୍ତାହରେ ପ୍ରଶାନ୍ତ କିଶୋର ଅନେକ ବାର ଗାନ୍ଧି ପରିବାରଙ୍କୁ ଭେଟିଛନ୍ତି ଓ ପାର୍ଟିରେ କାମ କରିବା ଲାଗି ପରିବାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ତେବେ ମାମଲାରେ ଉଭୟ ପକ୍ଷ ଏବେବି ନିରବତା ଅବଲମ୍ବନ କରୁଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସହାୟତା ନେବା ଲାଗି ୨୪ ମାର୍ଚ୍ଚ ବୈଠକରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ପ୍ରାରମ୍ଭିକ ବିଫଳତା ବାଦେ ଏବେ ପର୍ଦ୍ଦାପଛରେ ଆଲୋଚନା ଚାଲିଥିଲେ ବି କଂଗ୍ରେସ ଏ ବାବଦେ ଅସ୍ୱୀକାର କରିଚାଲିଛି। ତେବେ କୌଣସି ସର୍ତ୍ତବିନା ପାର୍ଟି ଲାଗି କାମ କରିବା ନିମନ୍ତେ ପ୍ରଶାନ୍ତଙ୍କ ଜନୈକ ନିକଟତମ ସହଯୋଗୀଙ୍କ ସହ ପାର୍ଟି ଆଲୋଚନା କରିଥିବା ଜଣାପଡିଛି। ତେବେ କଂଗ୍ରେସ ରାଜନୈତିକ ପରାମର୍ଶଦାତାମାନେ ପ୍ରଶାନ୍ତଙ୍କ ପାର୍ଟିରେ ସାମିଲକୁ ରୋକି ଦେଇଛନ୍ତି।  କାରଣ ଟିକେଟ ବିତରଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଚାହୁଁଥିଲେ। ଯାହା କଂଗ୍ରେସ ନେତାଙ୍କ ଲାଗି ଗ୍ରହଣୀୟ ହୋଇନଥିଲା।

ତେବେ ସୂତ୍ରରୁ ମିଳୁଥିବା ସୂଚନାରେ ବର୍ଷର ଶେଷ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ରାଜ୍ୟ ଶାଖା ପ୍ରଶାନ୍ତ କିଶୋରଙ୍କ ସମେତ ପାଟିଦାର ନେତା ନରେଶ ପଟେଲଙ୍କୁ ନିଜ ପକ୍ଷରେ ନେବାକୁ ଚାହୁଁଛି। ସୌରାଷ୍ଟ୍ର କ୍ଷେତ୍ରରେ ନରେଶ ପଟେଲ ପାର୍ଟିର ବିଜୟ ସୁନିଶ୍ଚିତ କରିପାରିବେ ବୋଲି କଂଗ୍ରେସ ନେତାମାନେ ଭାବୁଥିବା ବେଳେ ପ୍ରଶାନ୍ତ କିଶୋର ପାର୍ଟି ଲାଗି ଏକ ନାରେଟିଭ ଓ ରାଜନୈତିକ ରଣନୀତି ପ୍ରସ୍ତୁତ କରିପାରିବେ ବୋଲି ଭାବୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com