Featuredଅନ୍ତର୍ଜାତୀୟ

ଇରାନ ଉପରେ ଆମେରିକାର ଆକ୍ରମଣ, ତୃତୀୟ ବିଶ୍ୱ ଯୁଦ୍ଧର ଆରମ୍ଭ ?

ୱାସିଂଟନ ୨୩/ଜୁନ୍ : ରବିବାର ଆମେରିକା ତାର ବଙ୍କର-ବଷ୍ଟର ବୋମା (BSB) ଦ୍ୱାରା ଇରାନର ତିନୋଟି ପରମାଣୁ ଶିବିର ଉପରେ ଆକ୍ରଣମ କରିଛି । ଆମେରିକା ଦ୍ୱାରା ପ୍ରମୁଖ ଇରାନୀ ପରମାଣୁ ସ୍ଥାନ ଉପରେ ଆକ୍ରମଣ ପରେ ରବିବାର ସାରା ବିଶ୍ୱ ଇରାନର ପ୍ରତିକ୍ରିୟା ପାଇଁ ପ୍ରସ୍ତୁତ ଥିଲା, ୧୯୭୯ ବିପ୍ଳବ ପରେ ଇସଲାମିକ୍ ଗଣରାଜ୍ୟ ବିରୁଦ୍ଧରେ ଏହା ସବୁଠାରୁ ବଡ଼ ପାଶ୍ଚାତ୍ୟ ସାମରିକ କାର୍ଯ୍ୟାନୁଷ୍ଠାନରେ ଇସ୍ରାଏଲ ସହିତ ଯୋଗ ଦେଇଥିଲା ଆମେରିକା । ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ଥିବା ଏକ ପର୍ବତ ଉପରେ ଆମେରିକା 30,000 ପାଉଣ୍ଡର ବଙ୍କର-ବଷ୍ଟର ବୋମା ପକାଇବା ପରେ ଇରାନ ନିଜକୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲା, ହେଲେ ଆମେରିକୀୟ ନେତାମାନେ ଇରାନର ସମର୍ଥନ କରିବାକୁ ଯାଇ ଆମେରିକୀୟ ସହରଗୁଡ଼ିକରେ ଯୁଦ୍ଧ ବିରୋଧୀ ପ୍ରଦର୍ଶନ କରି ଇରାନ ଇସ୍ରାଏଲ ଯୁଦ୍ଧରେ ଆମେରିକାକୁ ହସ୍ତକ୍ଷେପ ନକରିବା ପାଇଁ ଅନୁରୋଧ କରୁଥିଲେ ହେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମାନଙ୍କୁ ଅଣଦେଖା କରି ଇରାନର ପରମାଣୁ ଶିବିର ଉପରେ ଆକ୍ରମଣ କରିଛି। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ଇରାନ ସତରେ ପରମାଣୁ ବୋମା ପ୍ରସ୍ତୁତ କରୁଛି ନ ନାହିଁ ତଥାବି ଇସ୍ରାଏଲ ଓ ଆମେରିକା ଇରାନ ଉପରେ ଆକ୍ରମଣ କରୁଛି । ରବିବାର ଦିନ ସତ୍ୟ ସାମାଜିକ ମଞ୍ଚ ଏକ ଫୋରମରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଶାସନ ପରିବର୍ତ୍ତନର ଧାରଣା ଉଠାଇଥିଲେ। “‘ଶାସନ ପରିବର୍ତ୍ତନ’ ଶବ୍ଦ ବ୍ୟବହାର କରିବା ରାଜନୈତିକ ଭାବରେ ଠିକ୍ ନୁହେଁ, କିନ୍ତୁ ଯଦି ବର୍ତ୍ତମାନର ଇରାନୀ ଶାସନ ଇରାନକୁ ପୁଣି ଥରେ ମହାନ କରିବାରେ ଅସମର୍ଥ ହୁଏ, ତେବେ କାହିଁକି ଶାସନ ପରିବର୍ତ୍ତନ ହେବ ନାହିଁ??? MIGA!!!” ସେ ଲେଖିଛନ୍ତି। ଆମେରିକା ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ପ୍ରତି ନିଜର ପୁର୍ଣ ସମର୍ଥନ ଦେଖାଇଛି, ଇରାନ ଏବେ ଆକ୍ସନ ମୋଡ଼ରେ ଆସିଯାଇଛି, ଇସ୍ରାଏଲକୁ ଆମେରିକାର ସମର୍ଥନ ଦେଖି କଣ ରୁଷ ଓ ଚୀନ ନିରବ ରହିବେ ନା ଇରାନ୍କୁ ନିଜର ପୁର୍ଣ ସମର୍ଥନ ଦେଖାଇବେ ଏହାରି ମଧ୍ୟରେ କଣ ରହିବ ଚୀନ ଓ ରୁଷର ପ୍ରତିକ୍ରିୟା । ଆମେରିକାର ଆକ୍ରମଣ କଣ ଆଗକୁ ତୃତୀତ ବିଶ୍ୱ ଯୁଦ୍ଧର ଆରମ୍ଭ ? ଦେଖିବାକୁ ବାକି ରହିଲା ।

Related Articles

Back to top button