Featuredଜାତୀୟ

କିରନଙ୍କୁ ନୂଆ ଦାୟିତ୍ୱ, ସ୍ୱାଧୀନ ଦାୟିତ୍ୱରେ ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମାନ୍ୟ ଅଦଳବଦଳ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ସଦ୍ୟ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଭାବେ କିରନ ରିଜିଜୁଙ୍କୁ ଦାୟିତ୍ୱ ମିଳିଛି । ସେହିପରି କିରନ ରହିଥିବା ଆଇନ ଓ ବିଚାର ବିଭାଗ ମନ୍ତ୍ରଣାଳୟ ସ୍ୱାଧୀନ ଦାୟିତ୍ୱରେ ରଖାଯାଇଛି । ଏହି ଦାୟିତ୍ୱରେ ରହିଛନ୍ତି ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜନୁ ରାମ ମେଘୱାଲ୍ ।

ଜରୁରିକାଳୀନ ସ୍ଥିତିରେ ଏଭଳି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି । ଏନେଇ ରାଷ୍ଟ୍ରପତିଙ୍କ ପ୍ରେସ୍ ସେକ୍ରେଟାରୀ ବିଜ୍ଞପ୍ତି ଜାରି କରିଛନ୍ତି ।
ଅନ୍ୟପକ୍ଷରେ ଏଭଳି ଅଦଳବଦଳରୁ ଆଗକୁ ଆହୁରି କିଛି ପରିବର୍ତ୍ତନ ହେବାର ସଂକେତ ମିଳୁଛି ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com