Featuredବାଣିଜ୍ୟ

ମାର୍କେଟ କୁ ଆସିଗଲା ଶସ୍ତା-ସୁନ୍ଦର ଇଲେକ୍ଟ୍ରିକ୍ ସ୍କୁଟର, ମାତ୍ର ୯୯୯ ଟଙ୍କାରେ କରିପାରିବେ ବୁକ୍

ଭୁବନେଶ୍ୱର: ବର୍ତ୍ତମାନ, ଭାରତୀୟ ବଜାରରେ ଇଲେକ୍ଟ୍ରିକ ଗାଡିକୁ ଖୁବ ପସନ୍ଦ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀ ଦେଶରେ ନିଜର ଭିନ୍ନ ଭିନ୍ନ ମଡେଲ ଲଞ୍ଚ କରୁଛନ୍ତି। ବର୍ତ୍ତମାନ ରେଭମ୍ପ ମୋଟୋ ଏହାର ନୂତନ ଇଲେକ୍ଟ୍ରିକ ସ୍କୁଟର ବଡି ୨୫ (Buddie 250 ) ମାର୍କେଟରେ ଲଞ୍ଚ କରିଛି ।

ରେଭମ୍ପ ମୋଟୋର ନୂତନ ଇଲେକ୍ଟ୍ରିକ ସ୍କୁଟର ବଡି ୨୫ ଭାରତୀୟ ବଜାରରେ ପ୍ରାରମ୍ଭିକ ମୂଲ୍ୟ ୬୬,୯୯୯ ଟଙ୍କା ରଖାଯାଇଛି । ଗ୍ରାହକମାନେ ଏହି ଇଲେକ୍ଟ୍ରିକ ସ୍କୁଟରକୁ କମ୍ପାନୀର ୱେବସାଇଟରୁ ମାତ୍ର ୯୯୯ ଟଙ୍କା ଦେଇ ବୁକ୍ କରିପାରିବେ। କମ୍ପାନୀ ଆସନ୍ତା ବର୍ଷ ଏପ୍ରିଲରୁ ଏହାର ବିତରଣ ଆରମ୍ଭ କରିବ।

ଏହି ଇଲେକ୍ଟ୍ରିକ୍ ସ୍କୁଟରରେ 48V 25 Ah ଲିଥିୟମ୍ ଆୟନ ବ୍ୟାଟେରୀ ବ୍ୟବହୃତ ହୋଇଛି । ଏହି ସ୍କୁଟର ଗୋଟିଏ ଚାର୍ଜରେ ୭୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହାର ସର୍ବୋଚ୍ଚ ବେଗ ଘଣ୍ଟା ପ୍ରତି ୨୫ ​​କିଲୋମିଟର ରହିଛି । ତେବେ ସବୁଠୁ ବଡ କଥା ହେଉଛି ଆପଣ ଡ୍ରାଇଭିଂ ଲାଇସେନ୍ସ ବିନା ମଧ୍ୟ ଏହି ସ୍କୁଟରକୁ ଚଲାଇ ପାରିବେ । ଏହାର ପିକଅପ୍ କ୍ଷମତା ହେଉଛି ୧୨୦ କିଲୋଗ୍ରାମ । ଏହି ଇଲେକ୍ଟ୍ରିକ୍ ସ୍କୁଟରର ଲୁକ୍ ବହୁତ ଅଲଗା, ଯାହା ବହୁତ ଆକର୍ଷଣୀୟ ଦେଖାଯାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com