ଅନ୍ତର୍ଜାତୀୟଜାତୀୟ
ଜରୁରୀକାଳୀନ ଅବତରଣ ବେଳେ ଦୁଇଖଣ୍ଡ ହୋଇଗଲା ବିମାନ
ସାନଜୋସ୍() ମଧ୍ୟ ଆମେରିକାରେ ଥିବା କୋଷ୍ଟରିକା ଠାରେ ଗୁରୁବାର ଦିନ ଏକ ଭୟଙ୍କର ପ୍ଲେନ କ୍ରାସ ହୋଇଛି । ଏଥିରେ ଜରୁରୀକାଳୀନ ଅବତରଣ କରିବା ବେଳେ ପଣ୍ୟବାହୀ ବିମାନ ଦୁଇଖଣ୍ଡ ହୋଇଯାଇଛି । ତେଣୁ ସାନ୍ଜୋସ୍ସ୍ଥିତ ଜୁଆନ୍ ସାନ୍ତାମାରିଆ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଆଉ ଏହି ଦୁର୍ଘଟଣାର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଗୁରୁବାର ଦିନ କୋଷ୍ଟରିକାର ଜୁଆନ୍ ସାନ୍ତାମାରିଆ ଆନ୍ତର୍ଜାତିକ ଏୟାରପୋର୍ଟରେ ଦୁର୍ଘଟଣା ହୋଇଥିଲା । କୁହାଯାଉଛି ଡିଏଚଏଲର କାର୍ଗୋ ପ୍ଲେନ ବା ପଣ୍ୟବାହୀ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି କରାଣରୁ ଏହି ଏୟାର ପୋର୍ଟରେ ବିମାନର ଜରୁରୀକାଳୀନ ଅବତରଣ ହୋଇଥିଲା ଏବଂ ଏହି ସମୟରେ ହିଁ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା ।
#BREAKING #NEWS | A DHL Boeing 757 Freighter has crashed at Juan Santamaria Airport in Costa Rica earlier today.
Read more at AviationSource!https://t.co/WISE3PjcHS#DHL #JuanSantamariaAirport #AvGeek #Crash #Accident pic.twitter.com/dIECOqQkee
— AviationSource (@AvSourceNews) April 7, 2022