ସ୍ୱାସ୍ଥ୍ୟ

୧୦ ଏପ୍ରିଲ୍ ରୁ ୧୮+ଙ୍କୁ ଦିଆଯିବ ବୁଷ୍ଟର ଡୋଜ୍, ଏମିତି ନେଇପାରିବେ ଟିକା

ନୂଆଦିଲ୍ଲୀ : ୧୦ ଏପ୍ରିଲରୁ ୧୮+ ବୟସରୁ ଉଦ୍ଧ୍ୱର୍ କରୋନାର ବୁଷ୍ଟର ଡୋଜ୍ ନେଇପାରିବେ । ବୁଷ୍ଟର ଡୋଜ୍ ସବୁ ପ୍ରାଇଭେଟ ସେଣ୍ଟରରେ ଉପଲବ୍ଧ ହେବ । ଏହା ବ୍ୟତୀତ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପାଇଁ ସରକାରୀ ଟିକାକରଣ କେନ୍ଦ୍ରରେ ମାଧ୍ୟମରେ ଚାଲୁଥିବା ମାଗଣା ଟିକାକରଣ କାର୍ଯ୍ୟକ୍ରମ ସହ ହେଲ୍ଥୱାର୍କର, ଫ୍ରଣ୍ଟଲାଇନ ୱାର୍କର ଏବଂ ୬୦+ ବୟସ ଗ୍ରୁପ ପାଇଁ ବୁଷ୍ଟର ଡୋଜ ମଧ୍ୟ ଟିକାକରଣ ଜାରି ରହିବ ।
ସୂଚନା ଅନୁଯାୟୀ, ୧୮+ ଗ୍ରୁପକୁ ପ୍ରାଇଭେଟ ଟିକାକରଣ କେନ୍ଦ୍ରଗୁଡ଼ିକୁ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ । ୧୮ ବର୍ଷରୁ ଅଧିକ ବୟସର ଯେଉଁମାନେ ଦ୍ୱିତୀୟ ଡୋଜ୍ ନେଇସାରିଛନ୍ତି ଏବଂ ୯ ମାସ ମଧ୍ୟ ପୂରା ହୋଇସାରିଛି । ସେମାନେ ବୁଷ୍ଟର ଡୋଜ୍ ନେଇପାରିବେ ।
ଏପର୍ଯ୍ୟନ୍ତ ଦେଶରେ ସବୁ ୧୫+ ଉଦ୍ଧ୍ୱର୍ ୯୬% ଙ୍କୁ ପ୍ରଥମ ଡୋଜ ନେଇସାରିଛନ୍ତି ୧୫+ ଗ୍ରୁପ୍ ମଧ୍ୟରୁ ପ୍ରାୟ ୮୩% ଉଭୟ ଡୋଜ୍ ନେଇସାରିଛନ୍ତି । ସ୍ୱାସ୍ଥ୍ୟକର୍ମଚାରୀ, ଫ୍ରଣ୍ଟଲାଇନ ୱାର୍କର ଏବଂ ୬୦+ ଗ୍ରୁପର ୨.୪ କୋଟିରୁ ଅଧିକ ବୁଷ୍ଟର ଡୋଜ୍ ନେଇସାରିଛନ୍ତି । ୧୨ ରୁ ୧୪ ବର୍ଷ ବୟସ ବର୍ଗର ୪୫% ଲୋକମାନେ ପ୍ରଥମ ଡୋଜ୍ ନେଇସାରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦେଶରେ ୬ ମାର୍ଚ୍ଚରୁ ୧୨-୧୪ ବର୍ଷର ପିଲାଙ୍କଠାରୋ ଟିକାକରଣ ଜାରି ହୋଇଛି । ୧୨-୧୪ ବର୍ଷର ପିଲାଙ୍କୁ କୋର୍ବେଭାକ୍ସ ଟିକା ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com