ଜାତୀୟ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା

ନୂଆଦିଲ୍ଲୀ() ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ  । ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି  । ଲଗାତର ଏକାଦଶ ଥର ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍  । ରେପୋ ରେଟ୍ ୪ ପ୍ରତିଶତରେ ସୀମିତ ରଖାଯାଇଥିବା ବେଳେ ରିଭର୍ସ ରେପୋ ରେଟ୍ ୩ ଦଶମିକ ୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି  ।

ମୁଦ୍ରା ନୀତି ଘୋଷଣା କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୟୁକ୍ରେମ ଯୁଦ୍ଧର ପ୍ରଭାବ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିବା ଆଶଙ୍କା ରହିଛି  । ତେବେ ବିଦେଶୀ ମୁଦ୍ରା ଭଣ୍ଡାରର ସ୍ଥିତି ଭଲ ଥିବାରୁ ଭାରତୀୟ ଅର୍ଥବ୍ୟବସ୍ଥା ସନ୍ତୋଷଜନକ ସ୍ଥିତିରେ ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି  ।

 

Related Articles

Back to top button
WP Twitter Auto Publish Powered By : XYZScripts.com