ଅନ୍ୟାନ୍ୟ

ସିଏମସି କାର୍ଯ୍ୟାଳୟରେ ତାଲା ପକାଇଲେ କର୍ପୋରେଟରମାନେ

କଟକ, ୦୮/୧୨/୨୦୨୨ –  କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣଙ୍କ ନାଁରେ ଅଶାଳୀନ ବ୍ୟବହାର ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି କର୍ପୋରେଟରମାନେ । ଫଳରେ ସିଏମସି କାର୍ଯ୍ୟାଳୟରେ କର୍ପୋରେଟର ତାଲା ପକାଇଛନ୍ତି । ଘଟଣା ଅନୁସାରେ ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଯାଇଥିବା କର୍ପୋରେଟରମାନଙ୍କୁ କମିସନର ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଭଳି ଦୁର୍ବ୍ୟବହାର ପାଇଁ ତାଙ୍କର ଇସ୍ତଫା ଓ ବଦଳି ଦାବି କରି ବିଜୁ ପ୍ରତିମୂର୍ତ୍ତି ତଳେ କର୍ପୋରେଟରମାନେ କମିସନରଙ୍କ ପ୍ରତିବାଦ କରିଛନ୍ତି ।

୫୯ଟି ୱାର୍ଡର ସମସ୍ତ କର୍ପୋରେଟର ମେୟର ଓ କମିସନରଙ୍କୁ ତାଲା ପକାଇ ମୁଖ୍ୟ ଫାଟକ ଆଗରେ କମିସନର ବଦଳି ନାରା ଦେଇଛନ୍ତି । ସହରର ଅନେକ ୱାର୍ଡରେ ଜେଇଙ୍କ ବଦଳି ନ କରିବା ନେଇ କମିସନରଙ୍କୁ ଭେଟିବା ସମୟରେ କମିସନରଙ୍କ ଦୁର୍ବ୍ୟବହାର ଏହି ଝଡ଼ ଉଠାଇ ଥିବା କହିଛନ୍ତି କର୍ପୋରେଟର । ଏହି ପ୍ରସଙ୍ଗରେ କଟକ ମେୟର ସୁବାସ ସିଂ ସମାଧାନ ପାଇଁ ପ୍ରୟାସ କରିଥିଲେ ମଧ୍ୟ  ବିଫଳ ହୋଇଥିଲେ । ସିଧାସଳଖ ଆସନ୍ତା କାଉନ୍ସିଲ ବୈଠକ ବର୍ଜନ ପାଇଁ ସମସ୍ତ କର୍ପୋରେଟର ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଘଟଣାକୁ ଅତି ଗୁରୁତର ସହ ନିଆଯାଇ ଏହାର ସମାଧାନ କରାଯିବ ବୋଲି ମେୟର କହିଛନ୍ତି ।

 

 

Related Articles

Back to top button
WP Twitter Auto Publish Powered By : XYZScripts.com